ଜୁଆ ଆଡ୍ଡାରେ ଚଢ଼ାଉ;୪ଜଣ ଜୁଆଡି ଗିରଫ

0
584

ରଙ୍ଗେଇଲୁଣ୍ଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଗୋଳନ୍ତରା ପୋଲିସ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୪ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୫ ଲକ୍ଷ ୫୨ ହଜାର ଟଙ୍କା ଓ ତାସ ଜବତ କରିଛି । ଏସ.ଡ଼ି.ପି.ଓ ଜୟନ୍ତ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଗୋଳନ୍ତରା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଅତର୍କିତ ଭାବେ ଚଢ଼ାଉ କରି ୪ଜଣ ଜୁଆଡିଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ସୁବାଷ ଚନ୍ଦ୍ର ବରଡା,ପି.ଜଗନ୍ନାଥ,ଅରୁଣ ବେହେରା ଓ ବିକିନି ସେଠି । ଏହାକୁ ଭିତି କରି କେଶ ନ° ୭୭/୨୦ ରେ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here