ଅବକାରୀ ଚଢ଼ାଉ ; ଚାରି ଗିରଫ

0
533

ଖଲିକୋଟ (ନ୍ୟୁଜଏକ୍ସଟ୍ରା/ ଭଞ୍ଜ କିଶୋର ମହାରଣା) : ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ,ଓ ଅବକାରୀ ଅଧିକ୍ଷକ ଗଞ୍ଜାମ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ରେ ଅବକାରୀ ଚଢ଼ାଉ ଜୋରଦାର କରା ଯାଇଛି . ଗତକାଲି ଖଲିକୋଟ ଅବକାରୀ ଅଧିକାରୀ ,ଉମାକାନ୍ତ ସ୍ୱାଇଁ ,ଅବକାରୀ ନୀରିକ୍ଷୀକା,ଛତ୍ରପୁର ଦିପ୍ତିମୟୀ ସାହୁ ଓ ଷ୍ଟାଫ ଙ୍କ ଦ୍ୱାରା ଖଲିକୋଟ ,ହୂମା ଓ ରମ୍ଭାର ବିଭିନ୍ନ ଅଂଚଳରେ ଚଢ଼ାଉ କରି ଚାରିଗୋଟି ମାମଲା ୠଜୁ କରି ଚାରି ଜଣ ଙ୍କୁ ଗିରଫ କରି ଛନ୍ତି .ରମ୍ଭା ର ମନୋଜ ନାହାକ , ଖଲିକୋଟ ଗୁନଟୁରୁ ର ଅଶୋକ ସିଂ ଙ୍କ ଠାରୁ ୨.୭ ଲିଟର ବିଦେଶୀ ମଦ,୫.୫ ଲିଟର ଵିଅର ଓ ୪.୫ ଲିଟର ବେଆଇନୀ ଦେଶୀ ମଦ ଜବତ କରାଯାଇଛି. ସେହିପର ଅନ୍ୟ ଏକ ମାମଲାରେ ଗଂଜେଇ ଚାଲାଣ ସମୟରେ ପାଟପୁର ଥାନା ଅନ୍ତର୍ଗତଃ କନସମାରି ଗ୍ରାମର ଜି. ସୂର୍ଯ୍ୟ ନାରୟଣ ଦୋରା ଙ୍କଠାରୁ ୧୨.୪ କିଲୋ ଗଞ୍ଜାଇ ଜବତ କରି ଅଦାଲତ ଙ୍କ ନିକଟରେ ହାଜିର କରାଯାଇଛି.

LEAVE A REPLY

Please enter your comment!
Please enter your name here