ବିରଳ ପ୍ରାଣୀ ସାଲିଆ ପତିନି ଜବତ ; ୩ ଯୁବକ ଗିରଫ

0
156

ଦିଗପହଣ୍ଡି:ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ଜକର ଗ୍ରାମ ନିକଟରୁ ଗତକାଲି ସନ୍ଧ୍ୟାରେ କିଛି ଅସାମାଜିକ ଯୁବକ ବିକ୍ରି କରିବା ଉଦ୍ଦେଶ୍ୟରେ ବେଆଇନ ଚୋରାଚାଲାଣ କରୁଥିବା ବିରଳ ପ୍ରାଣୀ ସାଲିଆ ପତିନିକୁ ବନବିଭାଗ କର୍ମଚାରୀ ଜବତ କରିଥିବା ଜଣାପଡିଛି । ଏହି ଘଟଣାରେ ବନବିଭାଗ ୩ ଯୁବକଙ୍କୁ ଗିରଫ କରିଥିବା ବେଳେ ଅପରାହ୍ନରେ କୋର୍ଟ ଚାଲାଣ ହୋଇଯାଇଛି । ଗିରଫ ଯୁବକ ମାନେ ହେଲେ ପାଟପୁର ଥାନା ବ୍ରାହ୍ମଣପଙ୍କ ଗ୍ରାମର ପ୍ରକାଶ ମଲିକ , ବିନୋଦ ମଲିକ ଏବଂ କୁନା ନାୟକ । ଖବରନୁଯାୟୀ , ବୁଧବାର ସନ୍ଧ୍ୟା ସାତ ଘଣ୍ଟା ସମୟରେ ତିନି ଅଭିଯୁକ୍ତ ଏକ ପଲସର ବାଇକ୍ ( ଓ ଆର ୦୭ ୱଇ ୨୪୮୧) ଯୋଗେ ନିଜ ଗ୍ରାମରୁ ଏହି ପ୍ରାଣୀଟିକୁ ଧରି ଚିକିଟି ଅଭିମୁଖେ ଯାଉଥିବା ବେଳେ ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ଚିକିଟି ସେକ୍ସନ ଜକର ବିଟର ଜକର ଗ୍ରାମ ନିକଟରେ ବନବିଭାଗ କର୍ମଚାରୀ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ଗାଡିର ପିଛା କରି ଧରିଥିବା ସୂଚନା ମିଳିଥିଲା । ଅପରପକ୍ଷରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ତିନି ଅଭିଯୁକ୍ତଙ୍କ ବିରୋଧରେ ବନବିଭାଗ ପକ୍ଷରୁ ମାମଲା ନଂ ୧୩୦/୨୩-୨୪ ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ବ୍ୟବହୃତ ବାଇକ୍ ଜବତ କରିଥିବା ବନାଞ୍ଚଳ ଅଧିକାରୀ ଦିବ୍ୟ ରଞ୍ଜନ ସାହୁ ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here