ବୁଗୁଡ଼ାରେ ଘଟିଲା ଅଘଟଣ, ସ୍ୱାମୀର ନିର୍ଯାତନାର ଶିକାର ହେଲା ତୃତୀୟ ସ୍ତ୍ରୀ, ବନ୍ଦ ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର l

0
607

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ବୁଗୁଡା ପୋଲିସ ଗତକାଲି ବୁଗୁଡା଼ ସ୍ଥିତ ଏକ ଭଡ଼ା ଘରୁ ମହିଳାଙ୍କୁ ଉଦ୍ଧାର କରିଛି । ମହିଳାଙ୍କୁ ତାଙ୍କ ବାପଘରେ ନେଇ ଛାଡିଛି ପୋଲିସ । ମହିଳା ଜଣଙ୍କ ହେଲେ ହୀରା ନାଇକ । ସେ ପଦ୍ମନାଭ ସାହୁଙ୍କୁ ଦୀର୍ଘ ୮ବର୍ଷ ପୂର୍ବେ ପ୍ରେମ କରି ବିବାହ କରିଥିଲେ । ସେ ପଦ୍ମନାଭଙ୍କ ତୃତୀୟ ସ୍ତ୍ରୀ ।ସୂଚନାଯୋଗ୍ୟ ଯେ, ପଦ୍ମନାଭ ସବୁବେଳେ ହୀରାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଅଧିକାଂଶ ସମୟ ପଦ୍ମନାଭ ହୀରାଙ୍କୁ ଲୁହା ରଡରେ ବାଡାଇ କ୍ଷତବିକ୍ଷତ କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । କିନ୍ତୁ ଏଥର ପଦ୍ମନାଭ ହୀରାଙ୍କୁ ଲୁହା ରଡରେ ପିଟି ତାଙ୍କର ଦୁଇ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ହୀରା ଅଭିଯୋଗ କରିଛନ୍ତି । ଏ ସମସ୍ତ ଘଟଣା ଘଟାଇ ସେ ଭଡ଼ାଘରେ ଚାବି ପକାଇ କେଉଁ ଆଡେ ଚାଲିଯାଇଛନ୍ତି । ବୁଗୁଡା଼ ପୋଲିସ ଖବର ପାଇ ଘରୁ ହୀରାଙ୍କୁ ଉଦ୍ଧାର କରିଛି । ଚିକିତ୍ସା କରାଇ ହୀରାଙ୍କୁ ବାପଘରେ ପଞ୍ଚଭୁତି ଗ୍ରାମରେ ଆଣି ଛାଡ଼ି ଦେଇ ଛନ୍ତି । ହୀରାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଛି।ଗୋଟିଏ ପଟେ ହୀରାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ବେଳେ ଅନ୍ୟପଟେ ସ୍ବାମୀ ପଦ୍ମନାଭ ଏହି ଘଟଣା କାହାରିକୁ ଜଣାଇଲେ ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି। ବର୍ତ୍ତମାନ ହୀରାଙ୍କର ସାତ ବର୍ଷର ଗୋଟିଏ ପୁତ୍ର ସନ୍ତାନ ଅଛି । ହୀରାଙ୍କୁ ଏବଂ ତାର ବାପା ମା ଏବଂ ଭଉଣୀଙ୍କୁ ମଧ୍ୟ ମାରି ଦେବା ପାଇଁ ପଦ୍ମନାଭ ଧମକ ଦେଇଛି। ବର୍ତ୍ତମାନ ହୀରାଙ୍କ ସମସ୍ତ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଦାବି ହେଉଛି ।ପଦ୍ମନାଭଙ୍କ ଅନ୍ୟ ଦୁଇଟି ସ୍ତ୍ରୀ ରହିଥିବାରୁ ତୃତୀୟ ସ୍ତ୍ରୀ ଭାବରେ ହୀରାଙ୍କୁ ଏପରି ନିର୍ଯ୍ୟାତନା ଦେଉଥିବା ଜଣାପଡୁଛି। ଏ ସମସ୍ତ ଘଟଣା ଭଞ୍ଜନଗର ଏସଡିପିଓଙ୍କୁ ଅବଗତ କରାଯାଇଛି। ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ହୀରାଙ୍କ ପରିବାରଲୋକେ ଅତ୍ୟନ୍ତ ଗରିବ । ମୂଲ ଲାଗି ଚଳନ୍ତି । ହୀରାଙ୍କର ଚିକିତ୍ସା ନେଇ ଏବେ ସେମାନଙ୍କ ମନରେ ଅନେକ ପ୍ରଶ୍ନ ।

LEAVE A REPLY

Please enter your comment!
Please enter your name here