ପୂର୍ବତନ ଅଧକ୍ଷାଙ୍କ ବିୟୋଗରେ ଶୋକସଭା

0
392

କୁକୁଡାଖଣ୍ଡି(ମନୋଜ କୁମାର ପାତ୍ର) କୁକୁଡାଖଣ୍ଡି ବ୍ଲକର ପୂର୍ବତନ ଅଧକ୍ଷା ଶକୁନ୍ତଳା ସେଠିଙ୍କ ବିୟୋଗରେ କୁକୁଡାଖଣ୍ଡି ବ୍ଲକ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶୋକସଭାରେ ପୂର୍ବତନ ଅଧକ୍ଷାଙ୍କ ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହିତ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା।ତେବେ ସ୍ବର୍ଗତା ମହିଳା ଗୋପାଳପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ବର୍ଗତ ରାମଚନ୍ଦ୍ର ସେଠିଙ୍କ ସହଧର୍ମିଣୀ ଅଟନ୍ତି।ସେ ୧୯୭୭ ମସିହା ଠାରୁ ୨୦୦୨ ମସିହା ପର୍ଯ୍ୟନ୍ତ କୁକୁଡ଼ାଖଣ୍ଡି ବ୍ଲକ ଅଧକ୍ଷା ଦାଇତ୍ୱ ତୁଲାଇ ଆସୁଥିଲେ।ସେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ଅମାୟିକ ମହିଳା ଥିଲେ।ଫଳରେ ତାଙ୍କର ମୃତ୍ୟୁ ଖବର ଶୁଣି କୁକୁଡାଖଣ୍ଡି ବ୍ଳକରେ ଶୋକର ଛାୟା ଖେଳିଯାଇଥିଲା।ଯାହା ଫଳରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା।ତେବେ ଅନୁଷ୍ଠିତ ଶୋକ ସଭାରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ସଭାପତିତ୍ୱରେ ବ୍ଲକ ବିଜେଡି ସଭାପତି ସନ୍ତୋଷ ଚୋୖଧୁରୀ, ବିଧାୟକ ପ୍ରତିନିଧି ହିମାଂଶୁ ପାଢ଼ୀ, ସାଂସଦ ପ୍ରତିନିଧି ଟି.ରଘୁ ପ୍ରସାଦ ପାତ୍ର,ସରପଞ୍ଚ ସଂଘ ସଭାପତି ସାରଥୀ ଗୌଡ଼,ସରପଞ୍ଚ ପ୍ରଦୀପ ମାଲଣ,ନରସିଂହ ସାହୁ, ସୀତାରାମ ସାହୁ, ହାଡୁବନ୍ଧୁ ବେହେରା, ପ୍ରଦୀପ ବେହେରା,ଏମ୍. ବିସିକେଶନ, ଭିନ୍ନକ୍ଷମ ନେତା କେ. ମଣିବାବୁ, ଶଙ୍କର ଗୌଡ଼,ସୁଶାନ୍ତ ପାତ୍ର ପ୍ରମୁଖ ଯୋଗଦେଇଥିଲେ I

LEAVE A REPLY

Please enter your comment!
Please enter your name here