ଭଞ୍ଜନଗର ଉପଖଣ୍ଡ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ ; ଆସନ୍ତା ଏକ ମାସ ଗୁରୁତ୍ୱପୂର୍ଣ୍ଣ

0
394

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା ) ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଆଜି ଭଞ୍ଜନଗର ଉପଖଣ୍ଡର ଆସ୍କା, ଧରାକୋଟ, ସୋରଡ଼ା, ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ ଏବଂ ବୁଗୁଡ଼ା ବ୍ଲକ ମାରାଥନ ଗସ୍ତ କରି ବିଡିଓ, ତହସିଲଦାର. ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ଲାଇନ ବିଭାଗ ପଂଚାୟତ ପ୍ରତିନିଧି ମାନଙ୍କ ସହ କୋଭିଡ ର ଦ୍ୱିତୀୟ ଲହରୀ କୁ କିପରି ସାମ୍ନା କରି ରୋକି ପାରିବା ସେ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ କଥା ଆଲୋଚନା କରିଛନ୍ତି | ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନଙ୍କୁ ଚିହ୍ନଟ କରି ସଙ୍ଗରୋଧ ରେ ରଖିବା ବ୍ୟବସ୍ଥା କରିବାକୁ କହିଛନ୍ତି | ଯଦି ଆମେ ସେମାନଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବାନି ତେବେ ସେମାନେ ଏଣେତେଣେ ବୁଲି କରୋନା ବ୍ୟାପିବାରେ ମାଧ୍ୟମ ସାଜିବେ | ତେଣୁ ବାହାର ରାଜ୍ୟରୁ ଆସୁଥିବା ଫେରନ୍ତାଙ୍କୁ ନଜର ରଖିବାକୁ ଉଭୟ ପଂଚାୟତ ପ୍ରତିନିଧି ଏବଂ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି | ନିଜେ ସତର୍କ ହେଲେ ଯାଇଁ ନିଜ ପରିବାର ନିଜ ଗାଁ, ସହର ସୁରକ୍ଷିତ ରହିବ | ଯଦି କୌଣସି ଅଞ୍ଚଳରେ କୋଭିଡ ପଜିଟିଭ ବାହାରିଛ ତେବେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି | କିପରି ସମସ୍ତ ଅଞ୍ଚଳ ଗ୍ରୀନ ଜନରେ ରହିବ ସେଥିପ୍ରତି ଗୁରୁତ୍ୱ ଦେଇ କାମ କରିବା ସହ ଜନସାଧାରଣ ଏଥିରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି | ପ୍ରତ୍ୟେକ ଗାଁ ଏବଂ ସହରାଞ୍ଚରେ କୋଭିଡ ମେନେଜମେଣ୍ଟ କୁ ବ୍ୟାପକ କରିବାକୁ ପଡିବ | ପୂର୍ବରୁ ଭଳି ସମସ୍ତ ଟିମ କୁ ଆକ୍ଟିଭ କରି କାମ ଆରମ୍ଭ କରିବାକୁ ପଡିବ |ବ୍ୟବସାୟୀକ ପ୍ରତିଷ୍ଠାନ ଯଦି ସତପ୍ରବୁତ ଭାବେ ଆଗକୁ ଆସି ପ୍ରଶାସନକୁ ସହାୟତା କରିବେ ତେବେ କରୋନା ବ୍ରେକ ଲଗେଇ ପାରିବା ବୋଲି ମତ ଦେଇଛନ୍ତି | ପୋଖରୀରେ ଗହଳି କରି ଗାଧେଇବାକୁ ବରଣ କରାଯାଇଛି, ଜଣେ ଜଣେ କିମ୍ବା ବାଲଟି ନେଇକି ଗାଧେଇବାକୁ ପରାମର୍ଶ ଦେଇଛନ୍ତି, ଯେମିତି ଗହଳି ନ କରି ଗାଧେଇବି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି | ଅନ୍ୟ ଗୁରୁତ୍ୱ ରୋଗରେ ପୀଡିତ ଥିବା ରୋଗୀଙ୍କ ପ୍ରତି ନଜର ରଖିବାକୁ ପରାମର୍ଶ ଦେଇଛନ୍ତି | ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ଭଲ ଅଛି ତେଣୁ ଆମକୁ ସତର୍କ ରହିବାକୁ ପଡିବ ନହେଲେ ଆମର ସ୍ଥିତି ବହୁତ ଗୁରୁତ୍ୱର ହେଇଯିବ | ଗଞ୍ଜାମ ଜିଲ୍ଲାରେ ରୋଗୀ ସଂଖ୍ୟା କମ ଅଛନ୍ତି ତେଣୁ ଆମକୁ ସଜାଗ ରହି ମିଳିମିଶି କାମ କରିବାକୁ ପଡିବ ରୋଗୀ ସଂଖ୍ୟାକୁ ଶୁନ କରି ଭଞ୍ଜନଗର ଉପଖଣ୍ଡ ସହ ସମଗ୍ର ଗଞ୍ଜାମ ଜିଲ୍ଲାକୁ ଗ୍ରୀନ ଜୋନ ରେ ଆଣିବାକୁ ପଡିବ ସେଥିପାଇଁ ସମସ୍ତ ଙ୍କ ସହଯୋଗ ଜରୁରୀ ରହିଛି | ଯେମିତି କାହାକୁ ହସ୍ପିଟାଲ ଯିବାକୁ ନ ପଡେ ସେମିତି କାମ କରିବାକୁ ପଡିବ ନିଜେ ସମସ୍ତ କୋଭିଡ ନିୟମକୁ ପାଳନ କରିବେ, ହସ୍ପିଟାଲରେ ବେଡ଼ ଖାଲି ରହୁ କିନ୍ତୁ ଶେଷ ଆଶା ନ ରହୁ. ସମସ୍ତେ ପୂର୍ବରୁ ହିଁ ଭଲ ହୁଅନ୍ତୁ ଏକ କଥା କହିଛନ୍ତି ଜିଲ୍ଲାପାଳ | ଯେପରି ପଂଚାୟତ ଏବଂ ସହରାଞ୍ଚରେ ଜଳ ପାନୀୟ ଏବଂ ବିଦ୍ୱ୍ୟତ ସମସ୍ୟା ନ ରହେ,ଯଦି ସମସ୍ୟା ରହେ ତାକୁ ଗୁରୁତ୍ୱ ସହ ନେଇ ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି | ବାହାଘର ତଥା ଅନ୍ୟାନ୍ୟ ଭୋଜିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ | ଯଦି ଆମକୁ ଆସନ୍ତା ଏକ ମାସ ସଠିକ ଭାବେ କୋଭିଡ଼ ନିୟମ କୁ ମାନିବା ଯଥା ମାସ୍କ ପିନ୍ଧିବା ସାନିଟାଇଜ ବ୍ୟବହାର, ସାମଜିକ ଦୂରତା ଇତ୍ୟାଦି କୁ ମାନିବ ତେବେ ନିଶ୍ଟିତ ଭାବେ ଆମେ କରୋନା କୁ ପରାସ୍ତ କରି ପୁଣି ସ୍ୱାଭାବିକ ଜୀବନ କୁ ଫେରିବା | ସେଥିପାଇଁ ସମସ୍ତେ ଏକାଠି ମିଶିକି ଲଢ଼ିବାକୁ ପଡିବ | ଜିଲ୍ଲାପାଳଙ୍କ ସହ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଉପଖଣ୍ଡ ର ସମସ୍ତ ବ୍ଲକ ଗସ୍ତ ରେ ଉପସ୍ଥିତ ଥିଲେ |

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here