ସବୁଜ ବହୀନିର ଅଭିଯାନ:ବୃକ୍ଷ ସଂରକ୍ଷଣ

0
741

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ବୃକ୍ଷ ଯୋଗୁଁ ପରିବେଶ ନିର୍ମଳ ରହେ,ବର୍ଷା ହୁଏ ଓ ଅମ୍ଳଜାନ ମିଳେ ଯାହା ମନୁଷ୍ୟ ଜୀବନ ପାଇଁ ନିତ୍ୟାନ୍ତ ଆବଶ୍ୟକ। ତେଣୁ ଆମର ଆଜିର ଓ ଆସୁଥିବା ପିଢ଼ି ପାଇଁ ବୃକ୍ଷ ସଂରକ୍ଷଣ ନିତ୍ୟାନ୍ତ ଆବଶ୍ୟକ।
କିନ୍ତୁ ବ୍ରହ୍ମପୁର ସହରର ଉହ୍ନତି ଓ ସିମେଣ୍ଟ ରାସ୍ତା ନିର୍ମାଣ ବାହାନାରେ ଅନିୟନ୍ତ୍ରିତ ଭାବେ ଗଛ କଟାଯାଉଛି। ଆମେ ସବୁଜ ବାହିନୀ ଏହି ଉହ୍ନତୀ ମୂଳକ କାମର ବିରୋଧ କରୁନାହୁଁ। କିନ୍ତୁ ଠିକ ଭାବରେ ଯୋଜନା କରି ଓ ଭବିଷ୍ୟତ ପାଇଁ ପରିବେଶ କିପରି ସୁରକ୍ଷିତ ରହିବ, ସେ କଥା ଚିନ୍ତା କରି ଗଛ କାଟିବା ଉଚିତ। ଗୋଟିଏ ଗଛ ସମ୍ପୂର୍ଣ ବିକଶିତ ହେବା ପାଇଁ ଏକାଧିକ ବର୍ଷ ନିଏ।
National Green Tribunal(NGT)ଏ ନେଇ ନିଜର ସଚେତନତା ପ୍ରକାଶ କରିଛନ୍ତି। ବ୍ରହ୍ମପୁର ମ୍ୟୁନିସିପାଲ ମଧ୍ୟ ଗଛ କଟାକୁ ବିରୋଧ କରି ଟ୧୦୦୦ ଜୋରିମାନା ଘୋଷଣା କରିଛନ୍ତି।
ଏପ୍ରିଲ ୨୦୧୩ ରେ NGT ଦିଲ୍ଲୀ ସରକାରଙ୍କୁ ରାସ୍ତା କଡରେ ଥିବା ଗଛ ଚାରିପାଖରେ ହୋଇଥିବା କଂକ୍ରିଟଙ୍କୁ ଭାଙ୍ଗିବା ଆଦେଶ ଦେଇଥିଲେ। ଏଥିରୁ ଆମେ ଶିଖିବା କଥା, ନୂଆଭାବେ ରାସ୍ତା ନିର୍ମାଣ, ଚଲାପଥ ନିର୍ମାଣ ଆଦି କାମରେ ରାସ୍ତା କଡରେ ଥିବା ଗଛ ମୂଳ ଠାରୁ ୧ମିଟର ପର୍ଯ୍ୟନ୍ତ କୌଣସି କଂକ୍ରିଟ କରାଯିବା ଉଚିତ ନାହିଁ। ଯାହା ଦ୍ୱାରା ଗଛର ଚେର ଉପଯୁକ୍ତ ପାଣି ପାଇ ପାରିବ ଓ ସମ୍ପୂର୍ଣ୍ଣ ବିକଶିତ ହୋଇ ପାରିବ। ବିନା କାରଣରେ ଅସମୟରେ ଗଛ ମରିବ ନାହିଁ। ଆବଶ୍ୟକ ସ୍ଥଳେ ବିଭାଗୀୟ ବନ ଅଧୀକାରୀଙ୍କ ସହଯୋଗରେ ଗଛକୁ ସଂମ୍ପୂର୍ଣ ନ କାଟି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା ଦରକାର। କେବଳ ଅତ୍ୟନ୍ତ ଆବଶ୍ୟକ ସ୍ଥଳେ ବା ଅନ୍ୟ କୌଣସି ବିକଳ୍ପ ନ ଥିବା ସମୟରେ ହିଁ ଗଛ ଉଚ୍ଛେଦ ହେବା ଉଚିତ।
ଏହି ସବୁ ତଥ୍ୟକୁ ଆଖିରେ ରଖି ସବୁଜ ବାହିନୀ Supritendent engineer(PWD)ଓ ବିଭାଗୀୟ ବନ ଅଧିକାରୀଙ୍କୁ ଚିଠିଦ୍ୱାରା ଅନୁରୋଧ କରି,ବୃକ୍ଷ ସଂରକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here