ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ବିରୋଧ, ରାଜରାସ୍ତାକୁ ଓହ୍ଲାଇଲେ ବିଭିନ୍ନ ସାମାଜିକ ସଂଗଠନ ।

0
730

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ପାଟକୁରା ନିର୍ବାଚନ ମଣ୍ଡଳୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସଦବ୍ୟବହାର ଓ ଆକ୍ରମଣକୁ ଦୃଢ ନିନ୍ଦା କରି ଆଜି ବ୍ରହ୍ମପୁର ସହରର ବିଭିନ୍ନ ଗଣ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଏଭଳି ଘଟଣା ନିୟମିତ ବ୍ୟବଧାନରେ ଘଟୁଥିବା ବେଳେ ଗଣତନ୍ତ୍ରର 4ର୍ଥ ସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମ ଓ ଏହାର ପ୍ରତିନିଧିମାନେ ବର୍ତ୍ତମାନ ଅସୁରକ୍ଷିତ। ତୁରନ୍ତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ତଥା କଡା ଆଇନ ପ୍ରଣୟନ କାଇବାକୁ ଦାବି ହୋଇଛି। ଆଜି ବ୍ରହ୍ମପୁର ଗେଟବଜାର ସ୍ଥିତ ଏନ୍.ଜି.ଓ ହଲ ନିକଟରେ ଗଣବିକ୍ଷୋଭ ଓ ଗଣପ୍ରତିବାଦ ଆୟୋଜିତ ହୋଇଯାଇଛି। ଏଥିରେ ଅବନୀ ଗୟା, ରାଜେନ୍ଦ୍ର କୁମାର ପଣ୍ଡା, ରାଜା ସୁରେଶ ପ୍ରମୁଖଙ୍କ ସହ ବହୁ ଲୋକ ସକ୍ରିୟ ସାମିଲ ହୋଇଥିଲେ। ମାନବ ଅଧିକାର ସୁରକ୍ଷା ମଞ୍ଚ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ,ସେବାନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ, ଜନ ଜାଗରଣ ମଞ୍ଚ ଓ ମାନବବାଦୀ ହେତୁବାଦୀ ସଂଗଠନ l ଆଦି ସଂଗଠନ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here