କୋଦଳା ପୋଲିସର ସଫଳତା ଚୋରୀ ହୋଇଥିବା ୪ କିଲୋ ୫୦୦ ଗ୍ରାମ ରୁପା ସାମଗ୍ରୀ ଜବତ

0
418

କୋଦଳା : ଦୀର୍ଘ ୧୫ ଦିନ ପରେ ଗଞ୍ଜାମ ଜିଲ୍ଲା କୋଦଳା ପୋଲିସକୁ ମିଳିଛି ବହୁତ ବଡ଼ ସଫଳତା। ଗାଡି ଡ଼ିକିରୁ ଚୋରି ହୋଇଥିବା ରୂପାକୁ ଜବତ କରିଛି ପୋଲିସ। ଏଥିସହ ଜଣଙ୍କୁ ଗିରଫ ମଧ୍ୟ କରିଛି। ସୂଚନା ଥାଉକି ଯେ ଜୁଲାଇ ୫ ତାରିଖ ଦିନ ବ୍ୟବସାୟୀ ଶିଵରାମ ସେନାପତି ଦିଗାପଡା ରୋଡ଼ରେ ଥିବା ଅଳଙ୍କାର ଦୋକାନ ଆଗରେ ତାଙ୍କ ମୋଟର ସାଇକେଲ ରଖି ଚାବି ଖୋଳୁଥିବା ସମୟରେ ଗାଡି ଡ଼ିକିରେ ଥିବା ରୁପା ସାମଗ୍ରୀକୁ ଲୁଟ କରିବାରେ ସଫଳ ହୋଇଥିଲେ। ଏହା ପରେ କୋଦଳା ଥାନା ଆଇ ଆଇସି ଙ୍କ ନେତୃତ୍ୱରେ ପୋଲିସ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ସିସିଟିଭି ଫୁଟେଜ ଅନୁସନ୍ଧାନ କରି ଅଭିଯୁକ୍ତ ରାଙ୍ଗା ପ୍ରଧାନ କୁ କୋଦଳା ରେଞ୍ଜର ବଙ୍ଗଳା ନିକଟରୁ ଧରିବାରେ ସକ୍ଷମ ହୋଇଥିଲା। କେସ ନମ୍ବର ୩୨୮/୨୦୨୧ ରେ ଦଫା ୩୭୯/୩୪ ଆପିସିରେ ମାମଲା ରୁଜ୍ଜୁ କରାଯାଇଛି। ଏହି ଚୋରିରେ ସମ୍ପୃକ୍ତ ଥିବା ୨ ଜଣ ଅଭିଯୁକ୍ତ ଛୋଟୁ ବିଜୟ ପ୍ରଧାନ,ଗୁଣୀ ପ୍ରଧାନ ଏଯାବତ ଫେରାର ଅଛନ୍ତି ଯିଏକି ଯାଜପୁର ଅଞ୍ଚଳର ବୋଲି ସୂଚନା ମିଳିଛି। ସେମାନଙ୍କୁ ଖୁବ ଶୀଘ୍ର ଧରାଯିବା ନେଇ କୁହାଯାଇଛି। ଏହି ପ୍ରେସ ମିଟରେ ପୁରୁଷୋତ୍ତମପୁର ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ସମେତ କୋଦଳା ଥାନା ଆଇଆଇସି ଦେବାଶିଷ ମହାନ୍ତି ଉପସ୍ଥିତ ଥିଲେ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here