ଶ୍ରୀ ନୀଳକଣ୍ଠେଶ୍ୱର ଯୁବକ ସଙ୍ଘର ମାଁ କନ୍ଧୁଣୀ ଦେବୀ ପୀଠ ସଫେଇ ;ଲକ ଡାଉନ ସଟ ଡାଉନରେ ମନ୍ଦିର ପାରିପାର୍ଶ୍ବିକ ଉନ୍ନତି କରିବାକୁ ସଂକଳ୍ପିତ ହେଲେ

0
295

ଦିଗପହଣ୍ଡି(ନ୍ୟୁଜ ଏକ୍ସଟ୍ରା)ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଉଷ୍ଣପ୍ରସ୍ରବଣ ଠାରେ ଥିବା ମା କନ୍ଧୁଣିଦେବୀ ଶକ୍ତି ପୀଠ ପରିସରରେ ଶ୍ରୀ ନୀଳକଣ୍ଠେଶ୍ଵର ଯୁବକ ସଂଘ ପକ୍ଷରୁ ଆଜି ମନ୍ଦିର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରଛି। ଯୁବକ ସଂଘ ର ସଦସ୍ୟ ମାନେ ମନ୍ଦିର ପରିସରରେ ଥିବା ଅନାବନା ବୃକ୍ଷଲତା ଗୁଡିକୁ ସଫା କରିବା ସହ ଲକଡ଼ାଉନ ସମୟରେ ନିଜର ମୂଲ୍ୟବାନ ସମୟକୁ ଖାଲିରେ ବ୍ୟର୍ଥ ନକରି ଯୁବ ସଦସ୍ୟ ମାନେ ଏଭଳି ସଫେଇ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ନିଜର ପାରିପାର୍ଶ୍ବିକ ପରିବେଶକୁ ସଫା ରଖିବା ପାଇଁ ଆହ୍ବାନ ଦେଇଥିଲେ। ସେହିପରି ଏହି ସମୟରେ ମନ୍ଦିରର
ଯାବତୀୟ ସୌନ୍ଦର୍ଯ୍ୟ ମୂଳକ କାର୍ଯ୍ୟରେ ଯୁବକ ସଙ୍ଘ ସଦସ୍ୟ ମାନେ ନିଜସ୍ୱ ଉଦ୍ୟମ ବଳରେ କରିବେ ବୋଲି ସୂଚନା ଦେଇଛନ୍ତି। ସାମାଜିକ ଦୂରତା ରଖି ମାସ୍କ ପରିଧାନ କରି ସ୍ୱଚ୍ଛତାକୁ ଅଗ୍ରାଧିକାର ଦେଇଛନ୍ତି ଆଦିବାସୀ ଉପାନ୍ତ ସୀମାନ୍ତ ଅଞ୍ଚଳରେ ରହିଥିବା ଏହି ଯୁବକ ସଙ୍ଘ।

LEAVE A REPLY

Please enter your comment!
Please enter your name here