ସହରର ପେଣ୍ଠସ୍ଥଳୀରେ ଗଞ୍ଜେଇ ଗଛ, ଫଟୋ ଭାଇରାଲ ପରେ କାଟିଲା ଅବକାରୀ ବିଭାଗ

0
465

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ସହରର ପେଣ୍ଠସ୍ଥଳୀ ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଟ୍ରେକର ଷ୍ଟାଣ୍ଡ ପାଖରେ ଏକ ଗଞ୍ଜେଇ ଗଛ ଥିବା ଜଣା ପଡିଥିଲା । ବଡ ଆଶ୍ଚର୍ଯ୍ୟର କଥା ଦୀର୍ଘ ଦିନ ଧରି ଗଞ୍ଜେଇ ଗଛଟି ରହିଥିଲା ଏବଂ ଗଛଟି ପାଖାପାଖି ୧୦ ଫୁଟ ଉଚ୍ଚତା ବିଶିଷ୍ଟ ହୋଇସାରିଥିଲା । ଗଞ୍ଜେଇ ଗଛ ଉପରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବୋର୍ଡ ଲଗାଯାଇଥିଲା ଓ ତାହା ପୁଣି ବିଧାୟକ ପାଣ୍ଠିରେ ଲଗାଯାଇଥିବା ଭଳି ଲେଖା ଯାଇଛି । ଏହାର ଏକ ଫୋଟ ଦୁଇ ଦିନ ତଳେ ବିଭିନ୍ନ ସୋସିଆଲ ମିଡ଼ିଆରେ ଘୁରି ବୁଲିଥିଲା । ଏହା ପରେ ଗତକାଲି ବ୍ରହ୍ମପୁର ଅବକାରୀ ଅଧକ୍ଷ ଏହି ଗଛକୁ ଚିହ୍ନଟ କରିବା ସହ ଅବକାରୀ କର୍ମଚାରୀ ମାନେ କାଟି ଦେଇଛନ୍ତି । ପ୍ରତିଦିନ ଶହଶହ ଯାତ୍ରୀ ଏଠାରେ ଯାତାୟାତ କରୁଥିଲେ ମଧ୍ୟ କାହା ନଜରକୁ ଗଞ୍ଜେଇ ଗଛ ଆସିନଥିଲା । ତେବେ ଗଛଟି ଦୀର୍ଘ ଏକ ବର୍ଷ ରୁ ଦୁଇ ବର୍ଷ ହେଲା ଥିଲା ଜଣାପଡିଛି । ଗଞ୍ଜେଇ ଗଛଟି ସହର ମଝିରେ ଏତେ ବଡ଼ ହେବା ପରେ ବି ଅବକାରୀ ବିଭାଗ ଓ ଅନ୍ୟମାନେ କିଭଳି ଦେଖିନଥିଲା ତାହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here