ଗୁଣ୍ଠବନ୍ଧ ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ,୪ ଆହତ

0
600

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ ସମ୍ପାଦକ ପ୍ରଣୟ ପଣ୍ଡା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୁଣ୍ଠବନ୍ଧ ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ମୃତକ ଜଣକ ଉକ୍ତ ଗ୍ରାମର ଦୁର୍ଯ୍ୟେଧନ ମଲ୍ଲିକ ଏବଂ ଆହତ ଚାରି ଜଣ ସଦାନନ୍ଦ ଷଣ୍ଢ,କାଲୁ ବିଶୋୟୀ, ଜିତେନ୍ଦ୍ର ଦଳାଇ ଓ ବାବୁଲା ପାତ୍ର ବୋଲି ଜଣାଯାଇଛି । ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧ ଗ୍ରାମ ନିବାସୀ ଏହି ପାଞ୍ଚ ଜଣ ରବିବାର ରାତିରେ ପରିବା କ୍ଷେତକୁ ଯାଇଥିଲେ । ଦକ୍ଷିଣପୁର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟର ପରିବା କ୍ଷେତରେ ବେଢ଼ାଯାଇଥିବା ବିଦ୍ୟୁତ ତାର ସମ୍ପର୍କରେ ସେମାନେ ଜାଣିପାରି ନଥିଲେ । ଫଳରେ ଦୁର୍ଘଟଣାର ଶିକାର ହୋଇଥିଲେ । ସମସ୍ତଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଦୁର୍ଯ୍ୟେଧନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏବଂ ଅନ୍ୟ ୪ ଜଣଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here