ବିଶ୍ୱମହିଳା ଦିବସ ଅବସରରେ ମାଗଣା ସ୍ୱାସ୍ଥ୍ୟ ଶିବିର

0
533

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପ୍ରେମ ନଗର ଆର୍ଯ୍ୟ ବୈଶ୍ୟ ସଂଘ ପକ୍ଷରୁ ବିଶ୍ୱମହିଳା ଦିବସ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନାରୁ ବର୍ତ୍ତିବା ପାଇଁ ଗୁଳୁଚି,ତୁଳସି ଓ ହଳଦୀ ପଥ୍ୟ ହେବବୋଲି ଡାକ୍ତର ନକୁଳସାହୁ ମତ ବ୍ୟକ୍ତ କରିଥିଲେ,ଏହା ସହ ମୁହଁ ହାତଧୋଇ ପରିସ୍କାର ରହିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଶତାଧିକ ରୋଗୀଙ୍କର ରକ୍ତ ଶର୍କରା, ରକ୍ତଚାପ,ବାତ ଅମ୍ଲପିତ୍ତ ରୋଗର ଚିକିତ୍ସା ଡାକ୍ତର ନକୁଳସାହୁ ଓ ଡାକ୍ତର ରାଜା ରାମ ମୋହନ ରାଓ କରି ପରାମର୍ଶ ଦେଇଥିଲେ ।ଶିବିରକୁ ଏସ ଶ୍ରୀ ନିବାସ ରାଓ,ଏନ ଶକଂର ନାରାୟଣ,ଭି ଜଗନ ମୋହନ ରାଓ,ଏ ମୂରଲୀ କୃଷ୍ଣା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here