୭ମ ମହାନଗର ମହୋତ୍ସବ ଉଦଯାପିତ ; ମନ ମୋହିଲା ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଚିତାକର୍ଷକ ନୃତ୍ୟ

0
558

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁର) : ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବ ଉଦଯାପିତ ହୋଇଯାଇଛି । ଦୀର୍ଘ ୧୦ ଦିନ ଧରି ଚାଲିଥିଲା ଏହି ମହୋତ୍ସବ। ମହୋତ୍ସବର ଶେଷ ରଜନୀରେ ଉଦଘାଟକ ଭାବେ ହାଇଟେକ ମେଡିକାଲର ଏମଡି ଡ଼.ତିରୁପତି ପାଣିଗ୍ରାହୀ ଯୋଗ ଦେଇ ମହୋତ୍ସବ ସନ୍ଧ୍ୟାକୁ ପ୍ରଜ୍ଵଳନ କରି ଉଦଘାଟନ କରିଥିବା ବେଳେ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଜେନା , ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି, ଏସଏମଆଇଟି ସଭାପତି ଡ଼.ଭାଗବନ ଗାନ୍ତୟତ ,ମହାନ ସଂଘ ସଭାପତି ସୁଶାନ୍ତ ସାବତ,ପିଡ଼ିଡିଆରଡିଏ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଟ୍ରାଫିକ ଡିଏସପି ସାର୍ଥକ ରଏ, ଆଇନଜୀବୀ ନଗେନ୍ଦ୍ର ତ୍ରିପାଠୀ,ସାମ୍ବାଦିକ ମୃତ୍ୟୁଞ୍ଜୟ ସାହୁ, ମନରଞ୍ଜନ ଦଳେଇ, ପିତାମ୍ବର ନାହାକ, ଶ୍ରୀନିବାସ ରାଜନା,ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ,ଗୋପାଳକୃଷ୍ଣ ଡାକୁଆ , ଶାନ୍ତନୁ କୁମାର ରଣା,ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲ ର ଅଧକ୍ଷ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ଗଞ୍ଜାମ ଜିଲ୍ଲାର କଳା ସଂସ୍କୃତିକୁ ଉଜ୍ଜୀବିତ ରଖିବା ସହ କଳାକାରଙ୍କୁ ସେମାନଙ୍କର କଳା ପ୍ରତିପାଦନ କରିବା ପାଇଁ ଏଭଳି ମହୋତ୍ସବ ର ଆବଶ୍ୟକତା ରହିଥିବା ଅତିଥି ମାନେ ମତ ପୋଷଣ କରିଥିଲେ । ଏହି ମହୋତ୍ସବର ବ୍ରାଣ୍ଡ ଆମ୍ବାସଡର ତଥା ସ୍ଥାନୀୟ ଡ଼ି.ଏ.ଭି ପବ୍ଲିକ ସ୍କୂଲର ନବମ ଶ୍ରେଣୀର ଛାତ୍ରୀ ସାଚିକା ଶ୍ରେୟା ପଣ୍ଡାଙ୍କୁ ହାଇଟେକ ମେଡିକାଲର ଏମଡି ଡ଼.ତିରୁପତି ପାଣିଗ୍ରାହୀ ସମ୍ବର୍ଦ୍ଧିତ କରିଥିଲେ ।ଏହା ସହ ଦୀର୍ଘ ୧୦ ଦିନ ଧରି ଏହି ମହୋତ୍ସବ ଆୟୋଜିତ କରୁଥିବାରୁ ଆୟୋଜକ କମିଟିକୁ ଧନ୍ୟବାଦ ଜଣାଇଥିଲେ । ମହାନଗର ମହୋତ୍ସବର ସଭାପତି ନାରାୟଣ ମହାଙ୍କୁଡଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାକାର୍ଯ୍ୟ ରେ ମହାନଗର ମହୋତ୍ସବର ସମ୍ପାଦକ ଗୋପାଳ ପଟ୍ଟନାୟକ ସଂଯୋଜନା କରିଥିଲେ। ପରିଶେଷରେ କୋଷାଧକ୍ଷ ପ୍ରଣୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ ମଞ୍ଚରେ ଜାତୀୟ ସ୍ତରୀୟ ସ୍କେଟର ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବ୍ରହ୍ମପୁର ର କୁନି ଝିଅ ଅନ୍ୱେସା ବିଷୋୟୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ପରେ ଆୟୋଜିତ ହୋଇଥିଲା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ। ମହୋତ୍ସବର ଶେଷ ସଂଧ୍ୟାରେ ବ୍ରହ୍ମପୁର ଓଡିଶୀ ସାଧନା ପୀଠ ପକ୍ଷରୁ ଓଡିଶୀ ନୃତ୍ୟ, କ୍ରେଜିଷ୍ଟାର ଡ୍ୟାନ୍ସ ଏକାଡେମୀ ତରଫରୁ ଜୁମ୍ବା ଡ୍ୟାନ୍ସ, ଏରୋବିକ ଟିମ ତରଫରୁ ଏରୋବିକ ଡ୍ୟାନ୍ସ, ସ୍କେଟିଂ ଟିମ ପକ୍ଷରୁ ଚମତ୍କାର ସ୍କେଟିଂ ପରିବେଷଣ,ତାଇକୋଣ୍ଡ ଏସୋସିଏସନ ତରଫରୁ ମାର୍ଟିଆଲ ଆର୍ଟସ, ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲ ପକ୍ଷରୁ ଆଧୁନିକ ନୃତ୍ୟ, ଗୋଶାଣିନୁଆଗାଁ ଶିଶୁ ମନ୍ଦିର ତରଫରୁ ଚିତାକର୍ଷକ ନୃତ୍ୟ ପରିବେଷଣ ହୋଇଥିଲା। ଏଥିସହ ମହୋତ୍ସବର ଶେଷ ରଜନୀର ମୁଖ୍ୟ ଆକର୍ଷଣ ଥିଲେ ପୁରୀରୁ ଆସିଥିବା କଳାକାର। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପୁରୀରୁ ଆସିଥିବା କଳାକାରଙ୍କ ଦ୍ବାରା ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଚିତାକର୍ଷକ ନୃତ୍ୟ ପରିବେଷିତ ହୋଇଥିଲା। ଯାହା ଦର୍ଶକଙ୍କୁ ବିମୋହିତ କରିଥିଲା।। ଅନ୍ୟପଟେ ମହୋତ୍ସବର ଅପରାହ୍ନ ରେ ଗଞ୍ଜାମ ଆସିକା ଚିନିଶିଲ୍ପ ନୂଆ ଗାଁର ସମ୍ବବନା ସାରସ୍ୱତ ସଂସ୍କୃତିକ ପରିଷଦ ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବହୁ ସାହିତ୍ୟ ପ୍ରେମୀ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ । ଏହାସହ ବିଶିଷ୍ଠ କବି ମାନଙ୍କୁ ମଂଚରେ ସମ୍ମାନିତ କରାଯାଇଥିଲା । ଏହି ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା ରାଜ୍ୟ ତଥା ରାଜ୍ୟ ବାହାରର ୧୨୦ ରୁ ଉର୍ଦ୍ଧ ଷ୍ଟୋଲ। ଯେଉଁଥିରେ ବିଭିନ୍ନ ଘରୋଇ ଉପକରଣ ସାମଗ୍ରୀ, କୁଟୀର ଶିଳ୍ପ ଆଦି ପ୍ରଦର୍ଶିତ ହେବା ସହ ବିକ୍ରିବଟା କରାଯାଇଥିଲା। ଦୀର୍ଘ ୧୦ ଦିନ ଧରି ମହୋତ୍ସବ ପଡ଼ିଆରେ ଦର୍ଶକଙ୍କ ଭିଡ଼ ଲାଗିବା ସହ ବିଭିନ୍ନ ଷ୍ଟଲ ଗୁଡିକରେ ଜନ ସାଧାରଣଙ୍କ ଭିଡ଼ ପରିଲିଖିତ ହୋଇଥିଲା। ଆୟୋଜିତ ଏହି ୧୦ ଦିନିଆ ମହୋତ୍ସବକୁ ଉପଦେଷ୍ଟା ମନୋଜ କାନ୍ତ ଦାଶ , କ୍ଷେତ୍ର ପ୍ରଚାର ଅଧିକାରୀ ମନ ମୋହନ ପାଢ଼ୀ,ପ୍ରଶାନ୍ତ ଦାସ, ଉମା ଶଙ୍କର ପାଣିଗ୍ରାହୀ, ଅଭିରାମ ପାତ୍ର, ଚିଙ୍କୁ ପ୍ରତିନିଧି, ଶଙ୍କର ରଣା,ସତ୍ୟ ଚେତନ ପରିଡା, ସୁଦୀପ ସାହୁ,କାର୍ତ୍ତିକ ପାଣିଗ୍ରାହୀ,ଗୁଲାମ ରସୁଲ, ସାକ୍ଷୀ ଦାସ,କାହ୍ନୁ ରାଉତ,କେ.ରବୀନ୍ଦ୍ର କୁମାର ଦାସ, ମିଡିଆ ସେଲ ସଂଯୋଜକ ଅସିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here