ପଶୁ ସ୍ୱେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀଙ୍କ ପ୍ରଚେଷ୍ଟାରେ ୧୦ରୋଗାକ୍ରାନ୍ତ କୁକୁର ଚିକିତ୍ସିତ

0
483

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଲାଞିପଲ୍ଲୀ ତେଲାଙ୍ଗାନା ସାହିରେ ଗତ ଦୁଇଦିନ ମଧ୍ୟରେ ତିନୋଟି କୁକୁର ବାନ୍ତି କରିବା ସହ ମୃତ୍ୟୁ ଘଟିଛି ଏବଂ ଅନ୍ୟ କୁକୁର ଗୁଡିକ ମଧ୍ୟ ରୋଗାକ୍ରାନ୍ତ ହୋଇଛନ୍ତି । ଏଣୁ ସ୍ଥାନୀୟ ଲୋକେ କୋରନା ଭାଇରସର ଆଶଙ୍କା କରି ଭୟାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଖବର ଲାଞିପଲ୍ଲୀ ବୃକ୍ଷରୋପଣ ସଦସ୍ୟଙ୍କ ନଜରକୁ ଆସିଥିଲା ଫଳରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବା ସହ ସ୍ଥିତିକୁ ପରଖି ସ୍ଥାନୀୟ ଲୋକମାନଙ୍କୁ ସାହାସର ସହିତ ପରିସ୍ଥିତି ସମ୍ବାଳିବା ପାଇଁ ପରାମର୍ଶ ଦେବା ସହ ପଶୁ ଚିକିତ୍ସାରେ ନିୟୋଜିତଥିବା ଟିମ୍ କ୍ଲିନ୍ ସିଟିର ସଦସ୍ୟ ଲଲାଟେନ୍ଦୁ ଚୌଧୁରୀଙ୍କୁ ଖବର ଦେଇଥିଲେ । ଏହାକୁ ଅତି ଗୁରୁତର ଭାବେ ନେଇ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ପଶୁ ଚିକିତ୍ସାଳୟର ଡକ୍ଟର ସୌମିକ ସ୍ୱାଇଁଙ୍କ ସହିତ ଯୋଗାଯୋଗ କରି ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ସହିତ ପଶୁ ଚିକିତ୍ସାଳୟର କର୍ମଚାରୀଙ୍କ ସହ ପହଞ୍ଚି ସଂଗେ ସଂଗେ କୁକୁର ଗୁଡ଼ିକର ଚିକିତ୍ସା କରାଯାଇଥିଲା । ଚିକିତ୍ସାରୁ ଜଣାପଡ଼ିଲା ଯେ ବିଷାକ୍ତ ଖାଦ୍ୟ ଖାଇ ତିନୋଟି କୁକୁରର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆକ୍ରାନ୍ତ ହୋଇଥିଲେ । କୁକୁର ଗୁଡ଼ିକର ସ୍ୱାସ୍ଥ୍ୟ ଅତି ସଂକଟପୂର୍ଣ୍ଣ ଥିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଡକ୍ଟର ସୌମିକ ସ୍ୱାଇଁ, କର୍ମଚାରୀ ସାଇରାମ ରେଡ୍ଡୀ ଏବଂ ଏସ୍ ପ୍ରଣୟ ପ୍ରସାଦ ରେଡ୍ଡୀଙ୍କ ଦ୍ଵାରା କୁକୁର ଗୁଡ଼ିକର ପ୍ରତିକାର ସଂପୂଣ୍ଣ ଚିକିତ୍ସା କରାଯାଇଥିଲା । ପରେ କୋରାନା ଭାଇରସ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସଚେତନତା କରାଯିବା ସହ କୋରାନା ଭାଇରସକୁ ନେଇ ଆତଙ୍କିତ ନହୋଇ ସତର୍କତା ଅବଲମ୍ବନ କରି ମୌଳିକ ଜନ ସ୍ୱାସ୍ଥ୍ୟ ପଦକ୍ଷେପ ଯେପରି କି ହାତ ଧୋଇବା, ଅକାରଣ ଯାତ୍ରା ଏଡ଼ାଇବା, ଜ୍ବର, ଖାସ, କଫ କିମ୍ବା ନିଶ୍ବାସ ପ୍ରସ୍ୱାସ୍ ନେବାରେ କଷ୍ଟ ହେଲେ ସଂଗେ ସଂଗେ ଡକ୍ଟରଙ୍କ ସହ ଯୋଗାଯୋଗ କରି ପରାମର୍ଶ ନେବା । ଏଥିରେ ସମାଜସେବୀ ବାଳକୃଷ୍ଣ ରେଡ୍ଡୀ, ବିଜେପି ମଣ୍ଡଳ ପ୍ରତିନିଧି ରାଜେନ୍ଦ୍ର କୁମାର ଏବଂ ସ୍ୱେଚ୍ଛାସେବୀ ମୁନା କୁମାର ସାହୁ, ବିଶ୍ଵନାଥ ମରଣା, ସାଇ ଶଙ୍କର ସାହୁ, ସୁରଜ ଚୌଧୁରୀ, କାଳିଆ କାଣ୍ଡି, ବାଦଲ କାଣ୍ଡି, ବାବୁ ମୁଖି, ରାମ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଏହିପରି କାର୍ଯ୍ୟ ଏବଂ ସଚେତନତାକୁ କେବଳ ଲାଞ୍ଜିପୁଲି ତେଲେଙ୍ଗାନା ସାହି ବାସିନ୍ଦା ନୁହେଁ ବ୍ରହ୍ମପୁର ଆଖପାଖ ଅଞ୍ଚଳର ଜନସାଧାରଣ ପଶୁ ଚିକିତ୍ସାଳୟର କର୍ମଚାରୀ ଏବଂ ଟିମ୍ କ୍ଲିନ୍ ସିଟିକୁ ପ୍ରଶଂସା କରିବା ସହ ଧନ୍ୟବାଦ୍ ଜଣାଇଥିଲେ । ଯାହାକୁ ନେଇ ସହରରେ ପ୍ରଶଂସାର ସୁଅ ଛୁଟୁଛି…।

LEAVE A REPLY

Please enter your comment!
Please enter your name here