“ନୋ ସ୍କୁଲ ନୋ ଫିସ” ଭାରତ ବନ୍ଦ ଆନ୍ଦୋଳନକୁ ଡି ପଲ୍ ସ୍କୁଲ ଅଭିଭାବକ ସଙ୍ଘର ସମ୍ପୂର୍ଣ୍ଣ ସମର୍ଥନ

0
319

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ସହିଦ ଭଗତ ସିଂହ ଙ୍କ ଜୟନ୍ତୀ ଅବସରରେ ଆଜି ଭାରତରେ ଶିକ୍ଷା ଆନ୍ଦୋଳନ ନୋ ସ୍କୁଲ ନୋ ଫିସ, କେବଳ ଅନଲାଇନ କ୍ଲାସ ପାଇଁ ଫିସ୍, ଓ ବିଦ୍ୟାଳୟ ନିୟାମକ ଆୟୋଗ ଗଠନ ଦାବିରେ ଭାରତ ଅଭିଭାବକ ସଂଘ ଦ୍ୱାରା ଭାରତ ବନ୍ଦ ଡାକରା କୁ ସମ୍ପୂର୍ଣ୍ଣ ସହଯୋଗ କରି ଡି ପଲ୍ ସ୍କୁଲ ଅଭିଭାବକ ସଂଘ ବ୍ରହ୍ମପୁରର ସଦସ୍ୟ ମାନଙ୍କ ପୁଅଝିଅମାନେ ସ୍ବତଃ ପ୍ରବୃତ୍ତ ଭାବରେ ଆଜି ୨୮.୦୯.୨୦୨୦ ତାରିଖରେ ଅନଲାଇନ କ୍ଲାସ କୁ ସକାଳେ ବର୍ଜନ କରିଥିଲେ । ଏବଂ ବହୁ ସଂଖ୍ୟା ରେ ଟ୍ବିଟ ମାଧ୍ୟମରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଉକ୍ତ ଦାବି ବିଷୟରେ ଅବଗତ କରାଇଥିଲେ । ଏଥି ସହିତ ବ୍ରହ୍ମପୁର ର ପିପୁଲ ଫର ଦି ପବ୍ଲିକ ପୂର୍ଣ୍ଣ ସହଯୋଗ କରିଥିଲେ । ଉପରୋକ୍ତ ଦାବି ପୂରଣ ହେବା ପର୍ଯ୍ୟନ୍ତ ଡି ପଲ୍ ସ୍କୁଲ ଅଭିଭାବକ ସଂଘ ଶିକ୍ଷା ଆନ୍ଦୋଳନକୁ ସହଯୋଗ କରିବ ।ଆଜିର ଏହି ଶିକ୍ଷା ଆନ୍ଦୋଳନ ରେ ଅଭିଭାବକ ସଂଘର ସମସ୍ତ ସଦସ୍ୟ ଭାଗ ନେଇଥିଲେ । ଉପରୋକ୍ତ ସମାଚାର ଟିକୁ ଆସନ୍ତା ସଂସ୍କରଣରେ ପ୍ରକାଶିତ କରିବା ପାଇଁ ବିଶେଷ ଅନୁରୋଧ ।

LEAVE A REPLY

Please enter your comment!
Please enter your name here