ରତ୍ନନେଶ୍ଵରୀ ପୀଠରେ ୦.୯ – ମାଟ୍ରିକ ବନ୍ଧୁମିଳନ

0
451

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ପଦ୍ମନାଭଫୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁରାତନ ଛାତ୍ରମାନଙ୍କ ବନ୍ଧୁମିଳନ କାର୍ଯ୍ଯକ୍ରମ ରତ୍ନନେଶ୍ଵରୀ ପୀଠରେ ଅନୁଷ୍ଠିତ ହେଇଥିଲା ଏଥିରେ ୨୦୦୯ମାଟ୍ରିକ ବ୍ୟାଚ୍ ର ୧୩ ଜଣ ବିଦ୍ୟାର୍ଥୀମାନେ ନିଜର ଅତୀତର ସ୍ମୃତିକୁ ସାଉଁଟିଥିଲେ । ଦୀର୍ଘ ୧୨ ବର୍ଷ ପରେ ଏହି ବନ୍ଧୁମିଳନ ହୋଇଥିବା ବେଳେ ଏହାକୁ ବଜାୟ ରଖିବାକୁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହେଇଥିଲେ। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଏସ୍. ରବିକୁମାରଶର୍ମା, ଟି. ଶିବଶଙ୍କର ରାଓ, ଦେବାଶିଷ ପାତ୍ର, କିଶୋର କୁମାର, ନାଗେଶ୍ବର ରାଓ, ମିଥୁନ ବେହେରା, ଅଭିଳାଷ ରଥ, ଲିଙ୍ଗରାଜ ପାତ୍ର, ସୁରେଶ ସେଠୀ, ବଳିଆ ବେହେରା, ଭିକୁରାମା , ବଣ୍ଟି, ଜଗନ୍ନାଥ ସାହୁସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ଶେଷରେ ଆନନ୍ଦର ସହିତ ଭୋଜି ଭାତ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା

LEAVE A REPLY

Please enter your comment!
Please enter your name here