ଗାଁ ସଫେଇ କଲେ ବାଲୁଙ୍କେଶ୍ୱର ବଣିକ ସଙ୍ଘ ସଦସ୍ୟ

0
870

ବାଲିପଡ଼ା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାଜ୍ୟ ହେଉବା କେନ୍ଦ୍ର ସରକାର ସ୍ୱଚ୍ଛତାକୁ ସବୁବେଳେ ପ୍ରାଧାନ୍ୟ ଦେଇ ବିଭିନ୍ନ ଜନହିତକର ଯୋଜନା ହାତକୁ ନେଇଥାନ୍ତି I ବର୍ତ୍ତମାନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ ମଧ୍ୟ କେତେବେଳେ ସାଇକେଲ ତ କେତେବେଳେ ବୁଲେଟ ଧରି ରାତିଅଧରେ ମଧ୍ୟ ପରିମଳ ବ୍ୟବସ୍ଥା ତଦାରଖ କରି ଖିଲାପ କରୁଥିବା ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରୁଥିବାର ଚିତ୍ର ସାମ୍ନାକୁ ଆସୁଛି I ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବାବେଳେ ସ୍ୱଛତା ଦ୍ୱାରା କରୋନା କିଛି ମାତ୍ରାରେ ଦୁରେଇ ହୋଇପାରିବ ବୋଲି ସରକାର ସଚେତନ ମଧ୍ୟ କରୁଛନ୍ତି I ଯାହାକୁ ନେଇ ଗ୍ରାମାଞ୍ଚଳରେ ମଧ୍ୟ ଲୋକେ ସଚେତନ ହେବା ଆରମ୍ଭ କଲେଣି ରବିବାର ଛୁଟି ଦିନରେ କୁକୁଡାଖଣ୍ଡି ବ୍ଲକ ବାଲିପଡ଼ା ଗ୍ରାମ ବାଲୁକେଶ୍ଵର ବଣିକ ସଙ୍ଘର ଶତାଧିକ ଯୁବକ ସକାଳୁ ପୁରା ଗ୍ରାମ ସଫେଇରେ ଲାଗିପଡ଼ିଥିଲେ ପଞ୍ଚାୟତ ପକ୍ଷରୁ ସାହି ସାହିରେ ଅଳିଆ ଆବର୍ଜନା ପକେଇବା ପାଇଁ ଡଷ୍ଟବିନ ରଖାଯାଇଥିଲା ବେଳେ ସେଥିରେ ଲୋକେ ଅଳିଆ ପକାଉଛନ୍ତି କିନ୍ତୁ ତାହା ପୁର୍ଣ ହୋଇସାରି ତଳେ ପଡିଲେ ମଧ୍ୟ ପଞ୍ଚାୟତ ପକ୍ଷରୁ ନିୟମିତ ଆବର୍ଜନା ଗୁଡିକୁ ସଫା କରାଯାଉନାହିଁ I ଯାହାଫଳରେ ରାସ୍ତା ଘାଟରେ ଆବର୍ଜନା ସବୁ କୁଢ଼ ହୋଇ ପଡ଼ିରହୁଥିବା ଦେଖିବାକୁ ମିଳୁଛି I ବଣିକ ସାଙ୍ଗ ସଦସ୍ୟ ମାନେ ଗାଁର ନାଳ ନର୍ଦମା ସଫା କରିବା ସହ ସମସ୍ତ ଡଷ୍ଟବିନ କୁଡିକରୁ ଆବର୍ଜନା ବାହାର କରିଥିଲେ I ଏବଂ ଗ୍ରାମ ବାସିନ୍ଦା ମାନଙ୍କୁ ଘର ଚାରିପାଖ ସଫା ସୁତରା କରିବା ପାଇଁ ବୁଝାଇବା ସହ ବାଟୋଇ ମାନଙ୍କୁ ମୁହଁରେ ମାସ୍କ ପିନ୍ଧିବା ଓ ଜନଗହଳି ସ୍ଥାନରୁ ଦୁରେଇ ରହିବା ପାଇଁ ସଚେତନତା ବାର୍ତ୍ତା ଦେଉଥିବାର ନଜର ଆସିଥିଲା I ଏହିଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା ମଧ୍ୟ ମିଳିଥିଲା I

LEAVE A REPLY

Please enter your comment!
Please enter your name here