ମାଟ୍ରିକ ଟପ୍ପରଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ପକ୍ଷରୁ ପୁରସ୍କାର

0
270

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ) ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଉଚ୍ଚ ବିଦ୍ୟାଳୟମାନଙ୍କରେ ୨୦୧୯-୨୦ ଶିକ୍ଷା ବର୍ଷରେ ମାଟ୍ରିକ ବୋର୍ଡ ପରୀକ୍ଷାରେ ନିଜ ନିଜ ବିଦ୍ୟାଳୟରେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବଳରାମ ସାହୁ ୨୦୦୦ ଟଙ୍କା ରାଶି ପୁରସ୍କାର ପ୍ରଦାନ କରିଛନ୍ତି I ହବାକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ଓ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ଗହଣରେ ବିଦ୍ୟାଳୟରେ ଦଶମ ବୋର୍ଡ ପରୀକ୍ଷାରେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଥିବା ଛାତ୍ର ଆୟୁଷମାନ ମିଶ୍ରଙ୍କୁ ପୁରସ୍କାର ରାଶି ୨୦୦୦ଟଙ୍କା ଶ୍ରୀ ସାହୁଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା I ସେହିପରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀ ହେନା ଚନ୍ଦ୍ର ପ୍ରଧାନ ଏବଂ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ଅର୍ଚ୍ଚନା ସାହୁଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯାଇଛି I

LEAVE A REPLY

Please enter your comment!
Please enter your name here