ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ବିଜୟା ଦଶମୀ ଓ ସୋମନାଥ ବ୍ରତ ପାଳିତ l

0
701

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ବିଜୟା ଦଶମୀ ସହ ସୋମନାଥ ବ୍ରତ ପାଳିତ ହୋଇଯାଇଛି l ବିଜୟା ଦଶମୀରେ ଆଜି ମାଙ୍କ ଅପରାଜିତା ପୂଜା, ଦଶମୀ ପୂଜା, ସୋମନାଥ ବ୍ରତ, ଆରତି, ପୁଷ୍ପାଞ୍ଜଳି ଓ ପୂର୍ଣ୍ଣାହୁତି ହୋଇଥିଲା। ଆଜି ସକାଳୁ ପୂଜା ମଣ୍ଡପ ଓ ଶକ୍ତି ପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା l ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳା ମାନେ ଗ୍ରୁପ ହୋଇ ସନ୍ଧ୍ୟାରେ ବିଭିନ୍ନ ପୂଜା ସାମଗ୍ରୀ ଯଥା- ଦଶ ପ୍ରକାଶ ଫଳ, ଦଶ ପ୍ରକାର ଫୁଲ, ଦୁବ ଦଶ ଗୋଟି, ଦଶ ଗୋଟି ଅରୁଆ ଚାଉଳ, ଦଶ ଖିଅ ସୁତା, ଦଶ ଗୋଟି ପିଠା ନେଇ ସୋମନାଥଙ୍କୁ ସ୍ଥାପନ କରି ଫୁଲ ଚନ୍ଦନ, ଧୂପ ଦୀପ, ଅର୍ଘ୍ୟ ପ୍ରଦାନ କରି ପୂଜାର୍ଚନା କରି ଚନ୍ଦ୍ରଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ l ପ୍ରତ୍ୟେକ ଗ୍ରାମରେ ଏହି ବ୍ରତ ମହାଆନନ୍ଦରେ ପାଳିତ ହୋଇଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here