କବିସୂର୍ଯ୍ୟନଗରରେ ବିଶ୍ୱ ମହିଳା ଦିବସ ପାଳିତ

0
460

କବିସୂର୍ଯ୍ୟନଗର(ନ୍ୟୁଜଏକ୍ସଟ୍ରା / ଭଞ୍ଜ କିଶୋର ମହାରଣା) : ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଯମୁନା ସିଦ୍ଧେଶ୍ୱର ମନ୍ଦିର ପରିସରରେ ବିଶ୍ୱ ମହିଳା ଦିବସ ପାଳନ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତିଥି ଭାବେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ, , ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ଵାଇଁ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ମହିଳା ସଶକ୍ତିକରଣ ଏବଂ ମହିଳା ମାନେ ହେଉଛନ୍ତି ଜଗତ ଜନନୀ ବୋଲି ଆଲୋଚନା କରିବା ସହ ବିଜୁ ବାବୁ ଙ୍କ ବିଷୟରେ ଆଲୋଚନା କରିଥିଲେ । ଏଥିରେ ଶତାଧିକ ମହିଳା , ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here