ବେଗୁନିଆପଡ଼ାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

0
501

ବେଗୁନିଆପଡ଼ା (ନ୍ୟୁଜଏକ୍ସଟ୍ରା/ ଭଞ୍ଜ କିଶୋର ମହାରଣା) : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ପରିସରରେ କୋଦଳା ତାଲୁକା ଆଇନ ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବିଶ୍ନୁ ଦେବ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୂଖ୍ୟ ଅତିଥି ଭାବେ ଜେ. ଏମ୍. ଏଫ୍ ସି କୁମାରୀ ସୁକନ୍ୟା ଶତପଥୀ, ସ୍ଵତନ୍ତ୍ର ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ବେଦ ବର ପ୍ରଧାନ, ସି ଡି ପି ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ କୋଦଳା ଆଇନଜୀବି ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ତାରିଣୀ ଚରଣ ପଟ୍ଟନାୟକ,ଆଇନଜୀବି ବିଜୟଲକ୍ଷ୍ମୀ ପଟ୍ଟନାୟକ, ସରକାରୀ ଓକିଲ ନୀଳାଞ୍ଚଳ ସ୍ଵାଇଁ ସମେତ ଅନ୍ୟ ମାନେ ଯୋଗ ଦେଇ ମହିଳା ସଶକ୍ତିକରଣ, ନାରୀ ବିନା ଏ ସମାଜ ଅସମ୍ଭବ ଆଦି ବିଷୟରେ ଆଲୋଚନା କରିଥିଲେ । ଏଥିରେ ବହୁ ସଂଖ୍ୟାରେ ମହିଳା ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here