ଭଞ୍ଜନଗର ଥାନା ବାଲିଆପଟା ଗ୍ରାମର ଏକ ପାଇଖାନା ଘରେ ଝୁଲନ୍ତା ଅବସ୍ଥାରେ ଏକ ମହିଳା ଙ୍କର ମୃତ ଦେହ ଉଦ୍ଧାର

0
685

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଭଞ୍ଜନଗର ଥାନା ଅନ୍ତର୍ଗତ ବାଲିଆପଟା ଗ୍ରାମର ଏକ ବ୍ୟକ୍ତି ଙ୍କର ପାଇଖାନା ରେ ଝୁଲନ୍ତା ଅବସ୍ଥା ରେ ଜଣେ ମହିଳା ଙ୍କର ମୃତ ଦେହ ଉଦ୍ଧାର କରାଯାଇଛି, ମୃତ ମହିଳା ଜଣକ ବାଲିଆପଟା ସନ୍ୟାସୀ ନାଇକ ଙ୍କର ସ୍ତ୍ରୀ ବସୁମତି ନାଇକ ବୋଲି ଜଣାପଡିଛି, ଗତ ବାର ବର୍ଷ ତଳେ ବୁରପଲି ଗ୍ରାମର ଚନ୍ଦନ ନାଇକ ଙ୍କ ଝିଅ ବସୁମତି, ବାଲିଆ ପଟା ଗ୍ରାମର ସନ୍ୟାସୀ ନାଇକ ଙ୍କୁ ବିବାହ କରିଥିଲେ ଓ ବର୍ତମାନ ତାଙ୍କର ୧୨ ବର୍ଷ ର ଗୋଟିଏ ଝିଅ, ୧୦ ବର୍ଷ ର ଗୋଟିଏ ପୁଅ ଅଛି କିନ୍ତୁ ସବୁବେଳେ ଯୌତୁକ ସମସ୍ୟା ନେଇ ବସୁମତି ଙ୍କ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଇଆସୁଥିଲେ ଏବଂ ଶେଷରେ ସ୍ୱାମୀ ସନ୍ୟାସୀ (ବାବୁ ) ନାଇକ, ଦିଅର ଜିତୁ ନାଇକ ଓ ବିଧବା ଶାଶୁ ରେଣୁକା ନାଇକ ମିଶି ଗତକାଲି ରାତିରେ ମାରି ପାଇଖାନା ଭିତରେ ଝୁଲେଇ ଦେଇଛନ୍ତି ବୋଲି ବସୁମତିଙ୍କ ପରିବାର ଲୋକେ ଭଞ୍ଜନଗର ଥାନାରେ ଅଭିଯୋଗ କରିଛନ୍ତି ଏବଂ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ମହିଳା ଙ୍କ ଶବକୁ ଉଦ୍ଧାର କରିବା ସହିତ ଶବ ବ୍ୟବଛେଦ ନିମନ୍ତେ ଭଞ୍ଜନଗର ମେଡ଼ିକାଲକୁ ପଠାଇଛି ଏବଂ ସନ୍ୟାସୀ ନାଇକ ଙ୍କୁ ପୋଲିସ ଥାନା ରେ ଅଟକ ରଖିବା ସହିତ ଘଟଣା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ଚଳାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here