ଗାଲେରୀ କାଳୀମନ୍ଦିର ରୁ ମୁର୍ତ୍ତି ଚୋରୀ, ୩ ଅଟକ

0
1107

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଭଞ୍ଜନଗର ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମ ପଂଚାୟତ ର ପ୍ରସିଦ୍ଧ ମା ଗାଲେରି କାଳୀମନ୍ଦିର ଚତୁରପାର୍ଶ୍ୱରେ ଥିବା ବିଭିନ୍ନ ଦେବାଦେବୀ ମୂର୍ତ୍ତି ମାନଙ୍କ ମଧ୍ୟରୁ ଏକ କାଳୀମୂର୍ତ୍ତି କୁ ଆଜି ସକାଳ ସମୟରେ ଗୋଟିଏ କାର ରେ ଜଣେ ତାନ୍ତ୍ରିକ ବାବା ସମେତ ଏକ ଦମ୍ପତି ଆସି ଚୋରି କରି ନିଜ ବ୍ୟାଗ ରେ ପୁରାଇ ନେଇଯିବାକୁ ଉଦ୍ୟମ କରୁଥିବା ବେଳେ ଏହା ଦେଖି ସ୍ଥାନୀୟ ଲୋକମାନଙ୍କ ମନରେ ସନ୍ଦେହ ଜାତ ହେବାରୁ ସେମାନଙ୍କୁ ଅଟକ ରଖି ପୋଲିସ ସୂଚନା ଦେଇଥିଲେ । ତାରସିଂ ଥାନାଧିକାରୀ ସବ୍ୟସାଚୀ ମଲ୍ଲ ଘଟଣା ସ୍ଥଳରେ ପହଞ୍ଚି ୩ଜଣଙ୍କୁ ଥାନାରେ ଅଟକ ରଖିବା ସହ ସେମାନେ ବ୍ୟବହାର କରୁଥିବା କାର ଟିକୁ ମଧ୍ୟ ଜବତ କରିଛନ୍ତି।ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here