ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଜଣେ ଗିରଫ l

0
641

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା /ଭଞ୍ଜ କିଶୋର ମହାରଣା) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଠାରେ ଗୁରୁବାର ଦିନ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିବା ଜଣାପଡିଛି l ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ୱାଇଁ କୌଣସି ସୂତ୍ରରୁ ଖବର ପାଇ ବିଦେଶୀ ମଦ ଗଛିତ ଥିବା ଏକ ଘରେ ଅତର୍କିତ ଚଢ଼ାଉ କରି ଦୁଇ ଶହ ଲିଟରରୁ ଉର୍ଦ୍ଧ ତଥା ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି l ବହୁ ଦିନରୁ ଏଠାରେ ମଦ କାରବାର ଚାଲୁଥିବାରୁ ବୁଦ୍ଧିଜୀବୀ ମହଲରେ ଅଶାନ୍ତି ରହିଥିଲା l

LEAVE A REPLY

Please enter your comment!
Please enter your name here