ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ ପ୍ରଶିକ୍ଷଣ ଶିବିର ଆୟୋଜନ

0
349

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଆମ “ସ୍ୱାସ୍ଥ୍ୟ ଆମ ଦାୟିତ୍ୱ”ର ବିଭିନ୍ନ ବ୍ଳକ ସ୍ତରରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏହି ଅବସରରେ ଭଞ୍ଜନଗର ବ୍ଳକ ଶର୍ମିଳନୀ କକ୍ଷରେ ବିଡ଼ିଓ ଅନିଲ କୁମାର ସେଠୀ, ଏବିଡ଼ିଓ ଭଜରାମ ବିଶ୍ୱାଳ,ସିଡିପିଓ ବିଷ୍ଣୁପ୍ରିୟା ସେଠୀ,ଵିଇଓ ଏସ.ଧନଜୟ, ଗୀତାଞ୍ଜଳି ମଲ୍ଲିକ,ବିପିସି ପୁଷ୍ପଲତା ନାହାକ,ମାଷ୍ଟର ଟ୍ରେନର ନେତାଜୀ ବିଷୋୟୀ ଏହି କାଯ୍ୟକର୍ମର ଶୁଭାରମ୍ଭ କରିଛନ୍ତି। କୋରନା ଗୋଷ୍ଟି ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ “ସ୍ୱାସ୍ଥ୍ୟ ଆମ ଦାୟିତ୍ୱ” କାଯ୍ୟକର୍ମ କୁ ଆରମ୍ଭ କରାଯାଇଛି। ଅଙ୍ଗନାବାଡି ସୁପର ଭାଇଜର , ବ୍ଳକ କର୍ମଚାରୀ, ମିଶନ ଶକ୍ତି ବ୍ଳକ ସଂଯୋଜକ, HSC ବ୍ଳକ ଲେବଲ ସଦସ୍ୟ ଙ୍କ ସହିତ କୋରନା ଭୁତାଣୁ ସଂକ୍ରମଣ ମାଧ୍ୟମ , ଲକ୍ଷଣଓ ସଂଘରୋଧ କେନ୍ଦ୍ର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ଅଙ୍ଗନାବାଡି କର୍ମ , ଆଶାକର୍ମୀ,ଏଏନଏମ କର୍ମୀ ମାନକୁ ଏହି ପ୍ରଶିକ୍ଷଣ ତାଲିମ ଦିଆଯିବ

LEAVE A REPLY

Please enter your comment!
Please enter your name here