ଆସିକା ପୋଲିସ ଦ୍ୱାରା ୮ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ,୧୦ ମାଉଜର ଜବତ

0
515

ଆସ୍କା(ଜଗନ ପଣ୍ଡା)ଗଂଜାମ ଜିଲ୍ଲାରେ ବଡଧରଣର ଅପରାଧୀ ଗୋଷ୍ଠୀର ଖୁଲସା କଲା ଆସିକା ଥାନା ପୋଲିସ । ବହୁ ପରିମାଣର ବନ୍ଧୁକ ସହ ମାରଣାସ୍ତ୍ର ଓ ଅପରାଧୀ ଗୋଷ୍ଠୀକୁ ଗିରଫ କରିଛି । ଆସିକା ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଂଜାମ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ । ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୧୦ ଟି ବନ୍ଧୁକ,୧୦ ଟି ଅଫୁଟା ବୋମା , ୫୩ ଟି ଜୀବନ୍ତ ଗୁଳି , ବହୁ ମାରଣାସ୍ତ୍ର ଓ ୪ ଟି ମୋଟର ସାଇକେଲ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ହତ୍ୟା , ହତ୍ୟା ଉଦ୍ୟମ , ଡକାୟତି , ଦାଦାବଟି ଓ ରାହାଜାନୀ ଘଟଣା ରେ ସଂପୃକ୍ତ ଥିବା କୁହାଯାଇଛି । ତେବେ ଅପରାଧୀ ମାନଙ୍କ ପକ୍ଷରୁ ଏକ କାଳୀନ ଭାବେ ବହୁ ପରିମାଣର ବନ୍ଧୁକ ଜବତ ହେବା , ଓଡ଼ିଶା ପୋଲିସ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here