ବେଗୁନିଆପଡ଼ା ଠାରେ ବିଜୁ ଜୟନ୍ତୀ ଓ ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ l

0
377

ବେଗୁନିଆପଡ଼ା (ନ୍ୟୁଜଏକ୍ସଟ୍ରା/ ଭଞ୍ଜ କିଶୋର ମହାରଣା) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ପ୍ରବାଦ ପୁରଷ ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ ଏବଂ ବ୍ଲକ ସ୍ତରୀୟ ପଂଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧକାରୀ ଦେବବର ପ୍ରଧାନଙ୍କ ଅଧୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ବିଜେଡ଼ି ସଭାପତି ବିଜୟ କୁମାର ଦୋରା, ୪୫ ନମ୍ବର୍ ଜିଲ୍ଲା ପରିଷଦ ସଭ୍ୟା ପ୍ରତିନିଧି ତ୍ରିନଥ ଭୂୟାଁ,୪୬ ନମ୍ୱର୍ ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ତିଆଡି, ସି ଡ଼ି ପି ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ପୁର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ, ବିଇଓ କମଳା କାନ୍ତ ସାହୁ ସମେତ ବ୍ଲକ କର୍ମଚାରୀ ଏବଂ ବୁଦ୍ଧିଜୀବି ଯୋଗଦେଇ ରାଜ୍ୟସରକାର ପୂର୍ବତନ ମୁଖ୍ୟମନ୍ତୀ ତଥା ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣକରି ତାଙ୍କ ଜନ୍ମ ଦିବସ ୫ତାରିଖକୁ ପଂଞ୍ଚାୟତରାଜ ଦିବସ ଭାବେ ପାଳନ କରିଥିଲେ । ପଂଞ୍ଚାୟତରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ସହ ଗାଁର ବିକାଶକୁ ତ୍ୱରାନୀତ କରିବା କ୍ଷେତ୍ରରେ ବିଜୁବାବୁଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ ।ଗ୍ରାମାଞ୍ଚଳର ସର୍ବାଙ୍ଗିନବିକାଶ କରିବା ତାଙ୍କର ମୂଳ ଲକ୍ଷ୍ୟଥିଲା । ତାଙ୍କର ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା l

LEAVE A REPLY

Please enter your comment!
Please enter your name here