ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୪ ତମ ଜୟନ୍ତୀ ପାଳିତ l

0
551

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା / ଭଞ୍ଜ କିଶୋର ମହାରଣା ) : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ନାରାୟଣୀ ମନ୍ଦିର ପରିସରରେ କୋଦଳା ନଗର ବିଜେଡି ତରଫରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୪ ତମ ଜୟନ୍ତୀ ହୋଇଯାଇଛି l ବରିଷ୍ଠ ଆଇନୀଜୀବୀ ତାରିଣୀ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଦଳା ନଗର ବିଜେଡି ସଭାପତି ସଂଜୀବ କୁମାର ସାହୁ, ସମ୍ପାଦକ ଗୋପାଳ କୃଷ୍ଣ ସାହୁ,ଯଜ୍ଞ ନାରାୟଣ ପତି, ଆଲୋକ କୁମାର ବାରିକ, ସୁରେଶ ଚନ୍ଦ୍ର ମହାପାତ୍ର, ଦଣ୍ଡପାଣି ପଟ୍ଟନାୟକଙ୍କ ସମେତ ବିଜେଡି ଦଳର ବହୁ କର୍ମୀ ଯୋଗଦେଇ ପ୍ରବାଦ ପୁରୁଷଙ୍କ ସ୍ମୃତି ଚାରଣ କରିବା ସହ ଓଡିଶା ପ୍ରତି ଥିବା ତାଙ୍କ ଅବଦାନର ଭୁୟସୀ ପ୍ରଶଂସା କରିଥିଲେ l

LEAVE A REPLY

Please enter your comment!
Please enter your name here