ଵିଡେକା ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ।

0
478

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଭଞ୍ଜନଗର ଓଡ଼ିଶା ଭବନ ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ସବୁ ବର୍ଷ ଭଳି ଆଜି ମଧ୍ୟ ବିଡେକା ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।ଏଥିରେ ସର୍ବ ମୋଟ ୬୦ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଜଳ ସମ୍ପଦ ବିଭାଜନ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉଦଘାଟକ ଭାବରେ ପ୍ରଥମ ରକ୍ତଦାତା ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ଏହି ଶିବିରକୁ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାକେଶ ପଟ୍ଟନାୟକ, ସନ୍ତୋଷ କୁମାର ଗୌଡ଼,ରଶ୍ମି ରଥ, ଶଙ୍କର ନାୟକ ଓ ଭଞ୍ଜନଗର ରକ୍ତଭଣ୍ଡାରର କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଉଦଘାଟକ ଜୟକୃଷ୍ଣ ପଟ୍ଟନାୟକ,ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ,ମନୋଜ ଜେନାଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଓ ବ୍ୟକ୍ତି ବିଶେଷ ଏଥିରେ ରକ୍ତଦାନ କରିଥିଲେ। ସାମ୍ବାଦିକ ଜ୍ଞାନଚାନ୍ଦ ଜଗନ୍ନାଥ, ବିଶ୍ବମ୍ବର ଜେନା ଓ ଅନ୍ୟମାନେ ସହଯୋଗ କରିଥିଲେ।ଶେଷରେ ସମସ୍ତ ସଂଗୃହିତ ରକ୍ତକୁ ଭଞ୍ଜନଗର ରକ୍ତ ଭଣ୍ଡାରକୁ ପଠାଇଦିଆ ଯାଇଛି।

LEAVE A REPLY

Please enter your comment!
Please enter your name here