ନୂଆ ଢଙ୍ଗରେ ଗ୍ୟାସ ସିଲିଣ୍ଡର ଭିତରେ ଗଞ୍ଜେଇ ଚାଲାଣ;ଅବକାରୀ ବିଭାଗ ତାଜୁବ

0
192

ଗଞ୍ଜାମ:ପୁଲିସ ଡାଳେଡାଳେ ଗଲେ ଚୋର ପତ୍ରେପତ୍ରେ ଯିବାକୁ ଚେଷ୍ଟା କରୁଛନ୍ତି। ହେଲେ ଚୋର ଘର ସବୁବେଳେ ଅନ୍ଧାର ରୁହେନି। ଘରୋଇ ଗ୍ୟାସ୍ ସିଲିଣ୍ଡର ଭିତରେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ଯୁବକ ଆଜି ଅବକାରୀ ବିଭାଗ ହାତରେ ଧରାପଡ଼ିଛି। ଏହି ଯୁବକ ପୁଲିସ ଓ ଅବକାରୀ ବିଭାଗ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ବହୁ ଥର ଏଭଳି ଏଭଳି ଗଞ୍ଜେଇ ଚୋରା ଚାଲାଣ କରିଛି। ହେଲେ ଆଜି ଅବକାରୀ ବିଭାଗ ପକ୍ଷରୁ ଚାଲିଥିବା ଯାଞ୍ଚ ବେଳେ ଏହି ନିଶା ଚୋରାଚାଲାଣ ମାଫିଆ ଧରାପଡ଼ିଛି। ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା ପିପିଲି ନୂଆହାଟ ଅଞ୍ଚଳର ଜୟନ ବେହେରା। ତା’ ନିକଟରୁ ଜବତ ଘରୋଇ ଗ୍ୟାସ୍ ସିଲିଣ୍ଡରରୁ ୭ କେଜି ଗଞ୍ଜେଇ ଜବତ ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଦୁର୍ଗାପ୍ରସାଦ କଳିଙ୍ଗା ଘାଟିରୁ ଅବକାରୀ ଗୁଇନ୍ଦା ବିଭାଗ ଯାଞ୍ଚ କରିବା ବେଳେ ସେ ଗଞ୍ଜେଇ ସହ ଧରାପଡ଼ିଛି।

LEAVE A REPLY

Please enter your comment!
Please enter your name here