ବେଆଇନ ଚୋରା ଚାଲାଣ ବେଳେ ୮୫ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ : ଚାଳକ ଗିରଫ

0
425

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ସୋମବାର ଦିନ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ସମୟରେ ବିଦ୍ୟୁତ ସବ୍ ଷ୍ଟେସନ ନିକଟରେ ୮୫ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି । ପୋଲିସ ଘଟଣାରେ ବ୍ୟବହୃତ ଗାଡ଼ି ଓ ଗଜପତି ଜିଲ୍ଲା ମୋହନା ଗ୍ରାମର ଚନ୍ଦନ ମଲିକଙ୍କୁ ଗିରଫ କରି ତଦନ୍ତ କରୁଥିବା ଜଣାପଡିଛି । ଖବରପ୍ରକାରେ , ସୋମବାର ସକାଳୁ ଅଭିଯୁକ୍ତ ଚନ୍ଦନ ନିିିିିିଜ କାର ( ଓଡି ୦୨ ୱାଇ ୩୦୯୯ ) ଯୋଗେ ଗଜପତିରୁ ବ୍ରହ୍ମପୁର ଅଭିମୁଖେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଖବର ପୋଲିସ ବିଶେଷ ସୂତ୍ରରୁ ଖବରପାଇ ଖେମୁଣ୍ଡି ମହାବିଦ୍ୟାଳୟ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଠାରେ ଗାଡ଼ିକୁ ଅଟକାଇ ଗାଡ଼ିର ଯାଞ୍ଚ କରିଥିଲା । ଏହାପରେ ଗାଡ଼ିରୁ ଦରି ବସ୍ତାରେ ରହିଥିବା ଗଞ୍ଜେଇ ଜବତ କରିବା ସହ ଚାଳକକୁ ଅଟକ ମଧ୍ୟ ରଖିଥିଲା । ତେବେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ସନାତନ ମହାଳିକଙ୍କ ଉପସ୍ଥିତିରେ ଗଞ୍ଜେଇ ଗୁଡ଼ିକର ମାପ କରି ସେଥିରେ ଥିବା ଗଞ୍ଜେଇର ପରିମାଣ ୮୫ କିଲୋରୁ ଉର୍ଦ୍ଧ୍ବ ରହିଥିବା ସୂଚନା ଦିଆଯାଇଥିଲା । ଗଞ୍ଜେଇର ଆକଳନ ମୂଲ୍ୟ ବଜାରରେ ୧ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିପାରିଛି । ଏନେଇ ଦିଗପହଣ୍ଡି ଥାନା ମାମଲା ନଂ ୨୩୮/୨୦୨୩, ଦଫା ୨୦(ବି) ଆଇଆଇ(ସି)/୨୯ ଏନ୍ ଡିପିଏସ୍ ଅନୁଯାୟୀ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here