ଵ୍ରହ୍ମପୁର ହସ କ୍ଳବର ସଭାପତି ନିର୍ବାଚିତ ହେଲେ ଲଳିତ ମୋହନ ରାଜଗୁରୁ

0
593

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଵ୍ରହ୍ମପୁର ହସ କ୍ଳବ ରେ ନିୟମ ଅନୁଯାୟୀ ପ୍ରତି ଦୁଇ ବର୍ଷରେ ଥରେ ନିର୍ବାଚନ ହୋଇ ଆସୁଅଛି । ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ କ୍ଳବରେ ନିର୍ବାଚନ ହୋଇଥିଲା । ତେବେ ସବୁ ସଦସ୍ୟଙ୍କ ନିଷ୍ପତ୍ତି କ୍ରମେ ନିର୍ବାଚନ କୁ ଏଡାଇ ଉପଯୁକ୍ତ ସଦସ୍ୟ ମାନଙ୍କୁ ବିଭିନ୍ନ ପଦ ପଦବୀରେ ମନୋନୀତ କରାଯାଇଥିଲା । ସଭାପତି ଭାବେ ଲଳିତ ମୋହନ ରାଜଗୁରୁ ଙ୍କୁ ମନୋନୀତ କରାଯାଇଥିବା ବେଳେ ଧ୍ରୁବ ଚରଣ ସେଠୀଙ୍କୁ ଉପ ସଭାପତି ଭାବେ ମୋନିନୀତ ହୋଇଥିଲେ । ସେହିପରି ସାଧାରଣ ସମ୍ପାଦକ ଭାବେ ନବୀନ ପଟ୍ଟନାୟକ ଏବଂ ଉପଦେଷ୍ଟା ଭାବେ ଡ଼ଃ ଡମ୍ବୁରୁ ଧର ସାହୁଙ୍କୁ ମୋନାନୀତ କରାଯାଇଥିଲା । ସହ ସମ୍ପାଦକ ଭାବେ ସୁର୍ଯ୍ୟ ନାରାୟଣ ପଣ୍ଡା ଙ୍କୁ ସଦସ୍ୟ ମାନେ ମନୋନୀତ କରିଥିବା ବେଳେ k ଶ୍ରୀନିବାସ ପାତ୍ର ଙ୍କୁ ଅଡିଟର କରାଯାଇଥିଲା । ଵ୍ରହ୍ମପୁର ହସକ୍ଳବର 9 ଜଣ ସଦସ୍ୟ ଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା । ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ସମ୍ମତିକ୍ରମେ ମନୋନୀତ କରାଯାଇଥିବା ଯୋଗୁଁ ସଭାପତି ଭାବେ ମୁଁ ଲଳିତ ମୋହନ ରାଜଗୁରୁ ଅଶେଷ ଧନ୍ୟବାଦ ସହ କୃତଜ୍ଞତା ଜଣାଉଛି । ଵ୍ରହ୍ମପୁର ହସ କ୍ଲବର ସମସ୍ତ କାର୍ଯ୍ୟ ଆସନ୍ତା ଦୁଇ ବର୍ଷରେ ଯେପରି ସୁଚାରୁରୂପେ ସମ୍ପାଦନ ହେବ ତାହାକୁ ନେଇ ଭଗବାନ ଙ୍କ ନିକଟରେ ପାର୍ଥନା କରୁଛି । ମୁଖତଃ ଏହି କ୍ଲବ ର ନିର୍ବାଚନ ଅଧିକାରୀ Er ପ୍ରହଲ୍ଲାଦ ପାଳ ଙ୍କୁ କ୍ଲବ ତରଫରୁ ଧନ୍ୟବାଦ ଅର୍ପଣ କରୁଛି ।

LEAVE A REPLY

Please enter your comment!
Please enter your name here