ଓଲଟିଲା ପିକଅପ୍ ଭ୍ୟାନ୍ ; ଜଣେ ମୃତ

0
523

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବୁଗୁଡ଼ା ଥାନା ଅନ୍ତର୍ଗତ ଖରିଡ଼ା ଗ୍ରାମ ନିକଟରେ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଏକ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ, ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଅଂଚଳର କେତେକ ଲୋକ ଖରିଡ଼ା ଗ୍ରାମରେ ଅନୁଷ୍ଠିତ ଏକ ଭୋଜିରେ ଯୋଗଦେଇ ଫେରୁଥିବା ବେଳେ ଖରିଡ଼ା ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ମୁନିଗାଁର ପ୍ରଶନ୍ନ ଦଳବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଆହତ ୯ ଜଣଙ୍କୁ ବୁଗୁଡ଼ା ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ପରେ ଗାଡିର ଡ଼୍ରାଇଭର ଫେରାର୍ ହୋଇଯାଇଛି । ଏ ସଂକ୍ରାନ୍ତରେ ବୁଗୁଡ଼ା ଥାନାରେ କେସ୍ ନଂ ୪୩/୨୦ ରେ ଏକ ମାମଲା ରୁଜ୍ଜୁ ହୋଇଛି । ଶବ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଡ଼ାକ୍ତରଖାନାକୁ ପଠାଯାଇଛି ବୋଲି ଥାନା ଅଧିକାରୀ ଚିତରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here