ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ

0
132

ବୁଗୁଡ଼ା : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତି ଡିସେମ୍ବର ୧୬ ତାରିଖ ଦିନ ଉଦଘାଟିତ ହୋଇଯାଇଅଛି। ଏହି ଜୟନ୍ତୀ ଦୁଇ ଦିନ ଧରି ବୁଗୁଡା ସହରର ଶ୍ରୀବଳଦେବ ଜିଉ ମନ୍ଦିର ବଡଦାଣ୍ତ ଠାରେ ଅନୁଷ୍ଟିତ ହୋବ। ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ସମ୍ମାନୀୟ ମନ୍ତ୍ରୀ ଉଷା ଦେବୀ ଯୋଗଦେଇ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ନଗରର ସମସ୍ତ ନିର୍ବାଚିତ ପ୍ରତିନିଧି ଓ କର୍ମଚାରୀ ମାନେ ଏକ ମନ ପ୍ରାଣ ହୋଇ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଗତି କ୍ଷେତ୍ରରେ ସହାୟକ ହେବାପାଇଁ ଅନୁରୋଧ କରିଥିଲେ। ଉଦଘାଟନୀ ଉତ୍ସବରେ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମୀ ରଞ୍ଜନ ଦାସ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଶିକ୍ଷାବିତ ସୁରେଶ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ସାଂସଦ ପ୍ରତିନିଧି ବସନ୍ତ ଦଳେଇ, ସମାଜସେବୀ ମଦନଗୋପାଳ ଦୋରା, ଅଧିବକ୍ତା କେ. ତ୍ରିଲୋଚନ ଦୋରା ସମେତ ସମସ୍ତ କାଉନସିଲର ଯୋଗଦେଇ ଥିଲେ। ବୁଗୁଡ଼ା ଅଞ୍ଚଳର ସ୍କୁଲ୍ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗୀତିକାର ସତ୍ୟଜିତ ପ୍ରଧାନ ଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିବରଣୀ ପଠନ, ସ୍ବାଗତ ଭାଷଣ, ସମ୍ବର୍ଦ୍ଧନା ଜ୍ଞାପନ ଓ ବିବରଣୀ ପଠନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାଶ କରିଥିବା ବେଳେ ସର୍ବେଶ୍ଵର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ବୁଗୁଡା ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here