ଯୋଗୀମାରି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

0
507

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସାନକୋଦଣ୍ଡା ଗ୍ରାମ ପଂଚାୟତର ଯୋଗୀମାରି ପ୍ରାଥମିକ ବିଦ୍ୟାଳୟରେ ଆଜି ୯୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଵକୃତା,ଗୀତ ଓ ଭାଷଣ ଆଦି ପ୍ରତିଯୋଗିତା କରାଯାଇଥିଲା। ଆଜିର ଏହି କାଯ୍ୟକର୍ମ ରେ ସାନକୋଦଣ୍ଡା ସରପଞ୍ଚ ଶ୍ରୀମତୀ ସୁକାନ୍ତି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ କମିଟି ସଭ୍ୟ ମାନେ ଉପସ୍ଥିତ ଥିଲେ।ପ୍ରଧାନ ଶିକ୍ଷକ ଶ୍ରୀ ଗୌରହରି ପ୍ରଧାନ ବିଦ୍ୟାଳୟ ର ପ୍ରତିଷ୍ଠା ଓ ମହାନତା ବିଷୟରେ ଛାତ୍ରଛାତ୍ରୀ ମାନକୁ ବୁଝାଇ ଥିଲେ। ଏହି କାଯ୍ୟକର୍ମ ରେ ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ରହି ନିଜର ପିଲା ଦିନର ସ୍କୁଲ କଥା ମନେ ପକେଇବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ। ଶେଷରେ ସରପଂଚ ଶ୍ରୀମତୀ ପ୍ରଧାନ ବକୃତା,ଗୀତଓ ଭାଷଣରେ କୁର୍ତ୍ତି ଛାତ୍ରଛାତ୍ରୀ ମାନକୁ ପୁରସ୍କୃତ କରିଥିଲେ । ପରେ ପ୍ରଧାନ ଶିକ୍ଷକ ଶ୍ରୀ ଗୌରହରି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here