ଆଲ ଓଡ଼ିଶା ବିପିୟୁଟି ଆସୋସିଏସନ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ

0
456

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଲ ଓଡ଼ିଶା ବିପିୟୁଟି ଆସୋସିଏସନ ପକ୍ଷରୁ ନିଯୁକ୍ତି ମେଳା ଆସ୍କାରୋଡ଼ କାଳୁପାତ୍ର ସାହି ସ୍ଥିତ ଓଁ ଶ୍ରୀ ଇନଷ୍ଟିଚ୍ୟୁଟ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମେକ୍ଲୋଡ୍ସ କମ୍ପାନି ର ଆସିଷ୍ଟାଣ୍ଟ ମ୍ୟାନେଜର ଭାବ୍ୟ ଦେଶାଇ ,ଦର୍ଶନ ଚୌହାନ, ସତ୍ୟବ୍ରତ ସାହୁ,ବିଶାଳ କୁସବାହା , ବିଶ୍ୱଜିତ ପାଣିଗ୍ରାହୀ, ଟି.ବିଜୟ କୁମାର ପାତ୍ର, ପ୍ରମୁଖ ନିଯୁକ୍ତି ପରୀକ୍ଷା ର ପରିଚାଳନା କରିଥିଲେ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ବିଦ୍ୟାଥୀ ଏଥିରେ ଅଂଶଗ୍ରହଣ କରିଥିଲେ ।ଏହିଅବସରରେ ୨୭ ଜଣ ବିଦ୍ୟାର୍ଥୀ ଚୟନ ହୋଇଥିବା ବେଳେ ୧୬ ଜଣ ବିଦ୍ୟାର୍ଥୀ ନିଯୁକ୍ତି ପତ୍ର ମିଳିଥିଲା।ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋକେର୍ଣପୁର ଆଇଟିଆଇ ର ନିର୍ଦେଶକ ଏମ୍. ନିରଞ୍ଜନ ରେଡି ଅତିଥିଭାବେ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସାଇଦତ୍ତ ନନ୍ଦ,ଐଶ୍ୱର୍ଯ୍ୟ ବିଶୋଇ, ସଂଗଠନର ପ୍ରତିଷ୍ଠାତା ପ୍ରଭୁ ପ୍ରସାଦ ମିଶ୍ର, ପରିଚାଳନା କମିଟିର ସଦସ୍ୟ ଅମିତ କୁମାର ତ୍ରିପାଠୀ, ଅମିତ ଶତପଥୀ, ପ୍ରେମ ରଞ୍ଜନ ପରିଡାଙ୍କ ସମେତ, ସଭାପତି ତାରିଣୀ ଚରଣ ତ୍ରିପାଠୀ, ଉପସଭାପତି ଶାନ୍ତନୁ ଦାସ, ଅସିତ କୁମାର ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଅଚ୍ୟୁତା ନନ୍ଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି ଅବସରରେ କୃତି ଛାତ୍ରଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ଅତିଥିମାନେ କରିଥିଲେ।

LEAVE A REPLY

Please enter your comment!
Please enter your name here