କୋଡ଼ିଙ୍ଗା କଲେଜ ଠାରେ ଜାତୀୟ ସମ୍ବିଧାନ ଦିବସ ପାଳନ

0
297

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ସ୍ଥିତ ରାଜ୍ ଚଉଁରିଆ ମହାବିଦ୍ୟାଳୟ ଠାରେ ଏନଏସଏସ ତରଫରୁ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧକ୍ଷା ଅମିତା ରାୟ ଯୋଗଦେଇ ୨୯୪୯ ମସିହା ନଭେମ୍ବର ଆଜିର ଦିନରେ ସମ୍ବିଧାନ ସଭା ଦ୍ଵାରା ଭାରତର ସମ୍ବିଧାନକୁ ସ୍ୱୀକୃତି ଦିଆଯାଇଥିବା ବେଳେ ୧୯୫୦ ଜାନୁଆରୀ ୨୬ ତାରିଖ ଠାରୁ କାର୍ଯ୍ୟକାରୀ ହୋଇଥିବା ନେଇ ସୂଚନା ପ୍ରଦାନ କରିଥିଲେ । କଲେଜର ଏନଏସଏସ ଅଧିକାରୀ ଡ଼. ରବିନାରାୟଣ ପାଣିଗ୍ରାହୀ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଲୋଗାନ ମଧ୍ୟରେ ଡ଼. ଆମ୍ବେଦକର ଙ୍କ ମୌଳିକ ନୀତି ବିଷୟରେ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ କୁ କଲେଜର ସମସ୍ତ ଅଧ୍ୟାପକ , କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here