ଯୁବ ରେଡ଼କ୍ରସ୍ ସମ୍ଭାଗ ସ୍ତରୀୟ ଛାତ୍ର ପ୍ରଶିକ୍ଷଣ ଶିବିର ଉଦଯାପିତ

0
303

ବ୍ରହ୍ମପୁର(ମନୋଜ କୁମାର ପାତ୍ର) ରାମନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ମାସ ୨୭ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିବା ଯୁବ ରେଡ଼କ୍ରସ୍ ସମ୍ଭାଗ ସ୍ତରୀୟ ଛାତ୍ର ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି।ଏହି ଉଦଯାପିନୀ ଉତ୍ସବରେ ଅଧ୍ୟକ୍ଷ ଶ୍ରୀ ବିଧୁଭୁଷଣ ନାୟକ ସଭାପତିତ୍ୱ କରିଥିଲେ।ମୁଖ୍ୟ ଅତିଥି ରୂପେ ଜିଲ୍ଲା ରେଡ଼କ୍ରସ୍ ସଂଯୋଜକ ଡ଼ଃ ଗୋବିନ୍ଦ ରାଓ ଯୋଗ ଦେଇଥିଲେ।ଏହା ପୂର୍ବରୁ ଶ୍ରୀ ବିଭୁ ପ୍ରସାଦ ପାତ୍ର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ବୁଝାଇଥିଲେ।ଏହି ଅବସରରେ ଗୋପାଳପୁର ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହ ଅଧ୍ୟାପକ ଶ୍ରୀ ରାମଚନ୍ଦ୍ର ଜେନା ଯୋଗ ଦେଇଥିବା ବେଳେ ସିଟି ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ମିନତୀ ସୁବୁଦ୍ଧିଙ୍କ ସହ ଛାତ୍ର ଛାତ୍ରୀ ଏହି ଶିବିରରେ ଯୋଗ ଦେଇଥିଲେ।ଉକ୍ତ ଶିବିରକୁ ଅଧ୍ୟାପକ ପ୍ରଶାନ୍ତ କୁମାର ପାତ୍ର ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ରଚନା ଓ କୁଇଜ୍ ପ୍ରତିଯୋଗିତା କରାଯାଇ ଉତ୍ତୀର୍ଣ୍ଣ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା।ରେଡ଼କ୍ରସ୍ ଅଧିକାରୀ ଡ଼ଃ ହରିହର ମୁନି ସ୍ୱାଗତ ଭାଷଣ ସହ ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ରାମନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡ ଈଶ୍ୱରୀ ପ୍ରସାଦ ସାହୁ,ବାଳମୁକୁନ୍ଦ ପଟନାୟକଙ୍କ ସମେତ ଅନ୍ୟ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

LEAVE A REPLY

Please enter your comment!
Please enter your name here