ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ବ୍ରହ୍ମପୁର ସହରର ଆମ୍ବ ମାର୍କେଟ

0
478

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଅଭିଯୋଗରେ ଅନ୍ଧପସରା ରୋଡ଼ ନିକଟସ୍ଥ ଆମ୍ବ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ବିଇଏମସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆମ୍ବ ମାର୍କେଟରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏବଂ ଆମ୍ବ ମାର୍କେଟ ଭିତରେ ହେଉଥିବା ଜନଗହଳିକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ବିଇଏମସି ନିର୍ଦ୍ଦେଶନାମା ଅନୁସାରେ ପ୍ରଶାସନ ପକ୍ଷରୁ ପୁନଃ ଅନୁମତି ପ୍ରଦାନ ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here