ଆଜିଠୁ ଆରମ୍ଭ ସୁନାପୁର ବେଳାଭୂମିରେ ଇକୋ ରିଟ୍ରିଟ

0
161

ଚିକିଟି: ସୁନାପୁର ର ବିସ୍ତୀର୍ଣ୍ଣ ବେଳାଭୂମି ରେ ପ୍ରାକୃତିକ ଓ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକର ସୁନାପୁର ଠାରେ ଇକୋ ରିଟ୍ରିଟ ର ତୃତୀୟ ସଂସ୍କରଣ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟିତ ହୋଇଛି l ଏହି ବିସ୍ତୀର୍ଣ୍ଣ ବାଲୁକା ରାଶିରେ ଅତ୍ୟାଧୁନିକ ଅସ୍ଥାୟୀ ତମ୍ବୁରେ ତାରକା ହୋଟେଲ ଭଳି ସୁବିଧା ରହିଛି l ଏହା ଡିସେମ୍ବର ପହିଲାରେ ଉଦ୍ଘାଟିତ ହୋଇ ଫେବୃଆରୀ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିବ l ଅନଲାଇନ ମାଧ୍ୟମରେ ବୁକିଙ୍ଗ କରିବା ସୁବିଧା ରହିଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ , ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ୱି କିର୍ତିଭାସନ୍ , ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି,ବ୍ରହ୍ମପୁର ଏ.ସି. ଏଫ୍ ପ୍ରଭାକର ନାୟକ, ଡେପୁଟି କମିଶନର ଏବଂ ଭାରପ୍ରାପ୍ତ ପର୍ଯ୍ୟଟନ ଅଧିକାରୀ ବିନୋଦ କୁମାର ବେହେରା ମଞ୍ଚାସିନ ଥିଲେ l ଏବଂ ଚିକିଟି ବ୍ଲକ ଅଧ୍ୟକ୍ଷ ଶ୍ରୀ ଆପନା ସେଠୀ, ଉପାଧ୍ୟକ୍ଷା ବି ରେଣୁବାଳା ରେଡ୍ଡୀ, ଜନପ୍ରତିନିଧି ବୃନ୍ଦ , ଚିକିଟି ବିଡ଼ିଓ ପ୍ରମୋଦ କୁମାର ନାୟକ,ତହସିଲଦାର ବଳଦେବ ରଥ , ସାମ୍ବାଦିକ ବନ୍ଧୁ , ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l ଏହି ଇକୋ ରିଟ୍ରିଟ ପର୍ଯ୍ୟଟନ ବିଭାଗ ଓ ଇ ଫେକ୍ଟର ର ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଛି l ଜିଲ୍ଲାପାଳ ଶ୍ରୀ ପରିଡ଼ା ସ୍ବାଗତ ଭାଷଣ ଦେଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ ଏବଂ ପର୍ଯ୍ୟଟନ ଅଧିକାରୀ ଶ୍ରୀ ବେହେରା ଧନ୍ୟବାଦ ଦେବା ସହ ମଞ୍ଚ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here