ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ ତମ ଶୁଭ ଜନ୍ମ ଉତ୍ସବ ଅନୁଷ୍ଠିତ

0
525

ପୋଲସରା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ଗ୍ରାମ ରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ ତମ ଶୁଭ ଜନ୍ମ ଉତ୍ସବ ଏବଂ ଘୋଡ଼ାପଲାଣ ଗ୍ରାମ ର ୧୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ଯସୂଚୀ ଅନୁଯାୟୀ ପ୍ରଥମେ ନଗର ସଙ୍କୀର୍ତ୍ତନ, ସନ୍ଧ୍ୟା ବିନତି ପ୍ରାର୍ଥନା, ଗ୍ରନ୍ଥ ପାଠ, ଭଜନ, କୀର୍ତ୍ତନ, ସଦା ଆଲୋଚନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରିତିକ୍ ଭ୍ରମର ବର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସତସଙ୍ଗ ରେ ରିତିକ୍ ଉପେନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ରିତିକ୍ ପ୍ରକାଶ କୁମାର ଶତପଥୀ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭାବଧାରା ଏବଂ ପିତା ମାତା ହେଉଛନ୍ତି ଆମର ପୂଜ୍ୟ ତାଙ୍କ ର ଆଶୀର୍ବାଦ ବିନା କିଛି ହୁଏ ନାହିଁ । ଏବଂ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ହେଉଛନ୍ତି ପୁରୁଷୋତ୍ତମ ବା ଭଗବାନ ବୋଲି ଆଲୋଚନା କରିଥିଲେ । ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ରିତିକ୍ ରବିନ୍ଦ୍ର କୁମାର ପଟ୍ଟନାୟକ, ପଞ୍ଚୁ ଗୋପାଳ ମୂଖାର୍ଜୀ, ନିରଞ୍ଜନ ବାରିକ, ଅଧ୍ୟୁଯ କର୍ମୀ ଭବାନୀ ଶଙ୍କର ଗଉଡ ସମେତ ଅନ୍ୟମାନେ । ଏଥିରେ ଶତାଧିକ ଗୁରୁ ଭାଇ, ମା ସମେତ ଶ୍ରଦ୍ଧାଳୁ ଭକ୍ତ ଏବଂ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ । ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବନ୍ଦବୋସ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here