ବେଗୁନିଆପଡା ଠାରେ ଆରସିଏମ ସମ୍ମିଳନୀ l

0
507

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ ଭଞ୍ଜ କିଶୋର ମହାରଣା) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ସିଦ୍ଧେଶ୍ୱର ମନ୍ଦିର ପରିସରରେ ରବିବାର ଦିନ ଡାଇରେକ୍ଟ ସେଲିଂ ନେଟୱାର୍କ ଆରସିଏମ ର ଏକ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲାର ଅଭିଜ୍ଞ ଆରସିଏମ ସିନିୟର ଗଗନ ବିହାରୀ ସାହୁ, ସୂର୍ଯ୍ୟ ନାରାୟଣ ଷଢଙ୍ଗୀ ଯୋଗଦେଇ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l ଏଥିରେ ବେଗୁନିଆପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଶିକ୍ଷକ ଦେବେନ୍ଦ୍ର କୁମାର ମହାରଣା ଯଥାକ୍ରମେ ମୁଖ୍ୟ ଅତିଥି ଓ ସାମ୍ନାନିତ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ଗୋଲଡେନ କ୍ଲବରେ ସାମିଲ ହୋଇଥିବା ସୁରେନ୍ଦ୍ର କୁମାର ପୋଲେଇ ଓ ବବିତା ରାଉତଙ୍କୁ ଉପଢୌକନ ସହ ସାମ୍ନାନିତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ନାଗେଶ୍ୱର ସେନାପତି, ମାର୍କଣ୍ଡ ସାହୁ, ନରେନ୍ଦ୍ର ନାଥ ଗୌଡ଼, ପବିତ୍ର କୁମାର ରାଉତ, ରାମଚନ୍ଦ୍ର ଦାସ, ଅନିଲ ଆଚାର୍ଯ୍ୟ, ଶିଶିର କୁମାର ଆଚାର୍ଯ୍ୟ, କାହ୍ନୁ ଚରଣ ଭୂୟାଁ, କୃଷ୍ଣ ଚନ୍ଦ୍ର ଗୌଡ଼, ଯଜ୍ଞ ନାରାୟଣ ପତି, ଭଞ୍ଜ କିଶୋରେ ମହାରଣା, ସୁରେଶ ପୋଲେଇ, ଭାଗିରଥି ପୋଲେଇ, ଭ୍ରମର ଡାକୁଆ ଆଦି ଯୋଗଦେଇ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here