୨୩ ତାରିଖରୁ ଗଞ୍ଜାମ ଜିଲ୍ଲା ପରିଭ୍ରମଣ କରିବ ଅହିଂସା ରଥ

0
268

ଛତ୍ରପୁର: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ବାଧୀନତା ସଂଗ୍ରାମରେ ଓଡିଶାର ଅବଦାନ ଓ ଗାନ୍ଧୀ ବାର୍ତ୍ତାର ପ୍ରଚାର ପ୍ରସାର ସହିତ ଏହି ସ୍ମୃତିକୁ ଜନ ମାନସରେ ଉଜ୍ଜିବୀତ ରଖିବା ଉଦ୍ଦେଶ୍ୟରେ ଓଡିଶା ସରକାର ରାଜ୍ୟ ବ୍ୟାପୀ ଅହିଂସା ରଥ ପରିଭ୍ରମଣ କରିବା ନେଇ କାର୍ଯ୍ୟକ୍ରମ ଚାଲିଛି । ଗତ ମାସ ସ୍ବାଧୀନତା ଦିବସ ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ଏହି ରଥ ପରିଭ୍ରମଣ କରିବା ନେଇ ଉଦ୍ଘାଟନ କରିଥିଲେ । ଏହି ରଥ ଗଞ୍ଜାମ ଜିଲ୍ଲାକୁ ଚଳିତ ମାସ ୨୩ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ୍ ଗସ୍ତ କରିବାର କାର୍ଯ୍ୟକ୍ରମ ଚୁଡାନ୍ତ କରାଯାଇଅଛି । ଏହି ଅହିଂସା ରଥ ଗଞ୍ଜାମ ଜିଲ୍ଲାରେ କିଭଳି ଶାନ୍ତି ଶୃଙ୍ଖଳାର ସହିତ ପରିଭ୍ରମଣ କରିବ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଶନିବାର ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥ ଦୁଇଟି ଗଜପତି ଜିଲ୍ଲାରୁ ୨୩ ତାରିଖ ଦିନ ତପ୍ତପାଣି ଠାରେ ଗଞ୍ଜାମ ଜିଲ୍ଲାକୁ ହସ୍ତାନ୍ତର ହେବ । ସେହିଠାରୁ ଗୋଟିଏ ଅହିଂସା ରଥ ଦିଗପହଣ୍ଡି, ଶେରଗଡରେ ପରିଭ୍ରମଣ କରିବ । ଅନ୍ୟ ରଥଟି ଉକ୍ତ ଦିନ ଚିକିଟି ପାତ୍ରପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ୨୪ ତାରିଖ ଦିନ ହିଞ୍ଜିଳି, ଆସ୍କା ଏବଂ ଧରାକୋଟ ପରିଭ୍ରମଣ କରିବ । ଅନ୍ୟ ରଥଟି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ମଣ୍ଡଳ କାରାଗାର, ଆଇ.ଟି.ଆଇ., ଏମ୍.କେ.ସି.ଜି. କଲେଜ, ଖଲ୍ଲିକୋଟ କଲେଜ ଖେଳପଡିଆ, ମଧୁ ଭବନ, ବାରାକ୍ସ, ଗାନ୍ଧିନଗର ଛକ, ଆସ୍କା ରୋଡ୍, ରାମ ଲିଙ୍ଗମ୍ ଟ୍ୟାଙ୍କ ଏବଂ ଟାଉନ୍ ହଲ୍ ଠାରେ ରହିବ । ୨୫ ତାରିଖ ଦିନ ଗୋଟିଏ ରଥ ସୋରଡା, ବେଲଗୁଣ୍ଠା, ଭଞ୍ଜନଗର ଗସ୍ତ କରିବ ଏବଂ ଅନ୍ୟ ରଥଟି କୁକୁଡାଖଣ୍ଡି, ରଙ୍ଗେଇଲୁଣ୍ଡା ଏବଂ ଗୋପାଳପୁର ଗସ୍ତ କରିବ । ୨୬ ତାରିଖ ଦିନ ଜଗନ୍ନାଥ ପ୍ରସାଦ, ବୁଗୁଡା, ପୋଲସରା ଏବଂ ଆଉ ଗୋଟିଏ ରଥ ପୁରୁଷତ୍ତମ ପୁର ଓ ଛତ୍ରପୁର ଗସ୍ତ କରିବ । ସେହି ଭଳି ୨୭ ତାରିଖ ଦିନ କବିସୂର୍ଯ୍ୟ ନଗର, ବେଗୁନିଆପଡା, ଗୋଟିଏ ଅହିଂସା ରଥ ଗସ୍ତ କରିବା ବେଳେ ଅନ୍ୟ ରଥଟି ଗଞ୍ଜାମ, ରମ୍ଭା ଏବଂଖଲ୍ଲିକୋଟ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଅଛି । ଏହି ଅହିସା ରଥ ଗସ୍ତ କରିବା ସମୟରେ ଜିଲ୍ଲାର ସମସ୍ତ ସ୍ଥାନରେ ସ୍ବାଗତସମ୍ବର୍ଦ୍ଧନା ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ସଚେତନତା ସ୍ଥାନୀୟ ଅଞ୍ଚଳର, ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଗାନ୍ଧୀଙ୍କ ଆଦର୍ଶ, ନୀତି ଏବଂ ସ୍ବାଧୀନତା ଆନ୍ଦୋଳନରେ ଗଞ୍ଜାମ ଜିଲ୍ଲାର ଅବଦାନ ସମ୍ପର୍କିତ ଅହିଂସା ସାରଥୀ- ମୁକ୍ତି ପଥର ଯାତ୍ରୀ ନାଟକ ଗଞ୍ଜାମ କଳା ପରିଷଦ ଏବଂ ସାଶ୍ବତି ପ୍ରଗତିଶୀଳ ନାଟ୍ୟ ଅନୁଷ୍ଠାନ, ବ୍ରହ୍ମପୁର ଯୁବ କଳାକାର ମାନଙ୍କ ଦ୍ବାରା ପରିବେଷଣ ହେବ । ବ୍ରହ୍ମପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଦ୍ବାରା ୨୦ ଜଣ ବୁଣାକାର ହିତାଧିକାରୀ ମାନଙ୍କୁ ଚରଖା ପ୍ରଦାନ କରାଯିବ । ଗଞ୍ଜାମ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସମ୍ପର୍କିତ ଏବଂ ପୁସ୍ତକ ଗଞ୍ଜାମର ଶହୀଦ୍ ସଂଗ୍ରାମୀର ଲୋକାର୍ପଣ ଜିଲ୍ଲା ସ୍ତରୀୟ ଉତ୍ସବରେ ହେବ ।
ଜିଲ୍ଲାପାଳ ଶ୍ରୀ ପରିଡା ନିଜ ବକ୍ତବ୍ୟରେ ଅବଗତ କରାଇ ଥିଲେ ଯେ, ସ୍ବାଭିମାନ ଅହିଂସା ରଥ ଆମ ସମସ୍ତଙ୍କର ସ୍ବାଭିମାନ । ଏଣୁ ଏହି ରଥକୁ ମର୍ଯ୍ୟାଦା ଦେବା ଏବଂ ଏହାର ସୁରକ୍ଷା ଶତପ୍ରତିଶତ ଯେପରି ହେବ ସେ ଦିଗରେ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଠିକ୍ ଭାବେ ଡକ୍ୟୁମେଣ୍ଟେସନ୍ ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇ ଥିଲେ ।
ଏହି ବୈଠକରେ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ ସ୍ବାଭିମାନ ଅହିଂସା ରଥ କୁ କିଭଳି ସ୍ବାଗତ କରିବେ ଏବଂ କେଉଁ ସବୁ ଯୋଜନା ମାନ କରିବେ ତାହା ଅବଗତ କରାଇ ଜିଲ୍ଲାର ସ୍ଥାନୀୟ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ପରିବାର ବର୍ଗଙ୍କୁ ସମ୍ମାନ ଜଣାଇବାକୁ କହିଥିଲେ । ଜିଲ୍ଲା ସ୍ଚନା ଓ ଲୋକସମ୍ପର୍କ ଅଧିକାରୀୱ ରବି ନାରାୟଣ ବେହେରା ଧନ୍ୟବାଦ ଉପସ୍ଥାପନ କରି ଅହିଂସା ରଥର ପରିକ୍ରମା କାର୍ଯ୍ୟକ୍ରମ ଯେପରି ସଫଳ ହେବ ସେଥି ସକାଶେ ସମସ୍ତଚଙ୍କ ସହଯୋଗ କାମନା କରିଥିଲେ ।
ବୈଠକରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଜ୍ଞାପିତ ଅଞ୍ଚଳ ପରିଷଦର ଓ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ବ୍ରହମପୁର ମହାନଗର ନିଗମ ଡେପୁଟି କମିଶନର ନୀଳ ମାଧବ ଭୋଇ, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରି ଚରଣ ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାସ, ଭାରପ୍ରାପ୍ତ ଜିଲ୍ଲା କ୍ରିା ଅଧିକାରୀ ସୁକାନ୍ତ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here