ମୃତ ଗାଈକୁ ପ୍ରାଣୀ ଚିକିତ୍ସାଳୟ ପରିସରରୁ ଉଠାଇବାରେ ସହାୟ ହେଲେ ତରୁଣ ବାବୁ

0
243

ବ୍ରହ୍ମପୁର: ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟ ପରିସରରେ ଗତକାଲି ଗୋଟିଏ ଗାଈ ଦୁର୍ଘଟଣା ବସତଃ ଅବସ୍ତାରେ ଆସି ଚିକିତ୍ସାଧୀନ ହୋଇ ମୃତ୍ୟୁ ବରଣ କରିଥିଲା । ଉକ୍ତ ଗାଇଟି ସେଠାରେ ମୃତ୍ୟୁ ବରଣ କରି ୨୪ ଘଣ୍ଟା ବିତିଯିବା ସହ ପଚା ଗନ୍ଧରେ ଅଞ୍ଚଳବାସୀ ଅତିଷ୍ଟ ହେଇ ପଡ଼ିଥିଲେ। ଏହାକୁ ନେଇ ମହାନଗର ନିଗମର ସାନିଟାରୀ ଇନ୍ସପେକ୍ଟରଙ୍କୁ ପ୍ରାଣୀ ବିଭାଗ ତରଫରୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଦୁଖର ବିଷୟ ଉକ୍ତ ମୃତ ଗାଈକୁ ସେଠାରୁ ଉଠାଇବା ବନ୍ଦୋବସ୍ତ ହୋଇପାରିନଥିଲା । ଫଳରେ ଦୂର୍ଗନ୍ଧରେ ଅସୁବିଧାରେ ସମୁଖୀନ ହେଉଥିଲେ ସ୍ଥାନୀୟ ବାସିନ୍ଦା ଓ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ । ବିଳମ୍ବରେ ମଧ୍ୟ ମହାନଗର ନିଗମର ଏନଫୋର୍ସମେଣ୍ଟ ଟିମର ମୁଖ୍ୟ ତରୁଣ କାନ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ଏହାକୁ ଗୁରୁତ୍ଵର ସହ ନେଇ ଉକ୍ତ ମୃତ ଗାଈକୁ ଘଟଣା ସ୍ଥଳରୁ ଉଠାଇବା ବନ୍ଦୋବସ୍ତ କରିଥିଲେ। ତରୁଣ ବାବୁଙ୍କ ଏହି ଉଦାରତା ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ବିଭାଗ୍ୟ କର୍ମଚାରୀ ଉଚ୍ଚ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here