ଟୋକାଗଣ୍ଡା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ।

0
582

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବଡ଼କୋଦଣ୍ଡା ଗ୍ରାମ ପଞ୍ଚାୟତର ଟୋକାଗଣ୍ଡା ଗ୍ରାମ ସିଧେସ୍ୱର ପୂଜା କମିଟି ଦ୍ୱାରା ଆଜି ପଞ୍ଚମତମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳିତ ହୋଇଯାଇଥିଲା । ଏହି କାର୍ଯ୍ୟକ୍ରମ ବିଶେଷ କରି ଗ୍ରାମର କୁନି କଳାକାର ମାନକୁ ପ୍ରୋତ୍ସାହନ ଦେବା ନିମନ୍ତେ ଆୟୋଜନ କରାଯାଇଥିଲା। ଏଥିରେ ଗ୍ରାମର ସମସ୍ତ ଛୋଟ ପିଲା ମାନେ ନିଜ ପ୍ରତିଭା ପ୍ରଦର୍ଶନ କରିବା ସହ ଗ୍ରାମ କମିଟି ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଥିଲେ । ଆଜିର ସମାଜରେ ବଂଚିବାକୁ ହେଲେ ଆଗାମୀ ଭବିଷ୍ୟତକୁ ମାର୍ଗଦର୍ଶନ ଦେବା ଆବଶ୍ୟକ ବୋଲି ଗ୍ରାମର ବହୁ ଲୋକ ନିଜର ମତ ପ୍ରକାଶ କରିଥିଲେ। ଏହି କାଯ୍ୟକର୍ମ ଗ୍ରାମର ସିଡ୍ହେଶ୍ୱର କମିଟି ଓ ଗୋବିନ୍ଦ ବେହେରା ଓ ସିତୁନ ସେଠି ଓ ପଙ୍କଜ ପ୍ରଧାନ ପ୍ରମୁଖ ସହ ଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here