ଶିଵଶକ୍ତି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
553

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପବିତ୍ର ମହାଶିବରାତ୍ରି ଅବସରରେ ଭଞ୍ଜନଗର ଭେଜିପୁଟ ଠାରେ ଶିବଶକ୍ତି ଜିଲ୍ଲା ସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଗୁମ୍ମା ଦଳ ପାଣିଗଣ୍ଡା ଟିମକୁ ୩-୧ ସେଟରେ ପରାସ୍ତ କରି ଚମ୍ପିୟନ ଆଖ୍ୟା ହାସଲ କରିଛି। ଉଭୟ ଦଳ ଆରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଗୁମ୍ମା ଦଳର ମିଳିତ ଆକ୍ରମଣକୁ ବିପକ୍ଷ ଦଳ ସାମନା କରିବାକୁ ଅକ୍ଷମ ଥିଲା। ଏହି ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପ୍ରତିନିଧି ଜ୍ଞାନଚାନ୍ଦ ଜଗନ୍ନାଥ,ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ରବୀନ୍ଦ୍ର ପାତ୍ର, ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ, ଯୁବନେତା ଚିଦାନନ୍ଦ ସ୍ୱାଇଁ, ଅନୁଷ୍ଠାନ ର ସଭାପତି ଅଭିମନ୍ୟୁ ବିଷୋୟୀ ଉପସ୍ଥିତ ରହି ବିଜୟୀ ଦଳକୁ ଟ୍ରଫି ସହ ୨୦ହଜାର ଏବଂ ରନର ଦଳକୁ ଟ୍ରଫି ସହ ୧୫ହଜାର ଟଙ୍କା ପୁରସ୍କୃତ କରିଥିଲେ।ସେହିପରି ଶ୍ରେଷ୍ଠ ଖେଳାଳି ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ଏଥିରେ ଶିବଶକ୍ତି ଭଲି ଟିମର ସମସ୍ତ ସଦସ୍ୟ ଓ ଭେଜିପୁଟ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here