ଜିଲ୍ଲା ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

0
593

ବେଗୁନିଆପଡ଼ା (ନ୍ୟୁଜଏକ୍ସଟ୍ରା ବ୍ୟୁର) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ନିକଟସ୍ଥ କେ ବରିଡ଼ା ଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ଅମରେଶ୍ବର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି। ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଚିତ୍ରସେନ ନାୟକ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ପାତ୍ର, ମ୍ଯାଚ୍ ପରିଚାଳକ ସୁନୀଲ କୁମାର ରଥ, ଦୀପୁ ମଲ୍ଲିକ,ସାଧାରଣ ସଂପାଦକ ଚିନ୍ତାମଣି ନାୟକ, ଗଂଜାମ ଜିଲ୍ଲା ଭଲିବଲ୍ ମହାସଂଘ ଉପଦେଷ୍ଟା ଗୋବିନ୍ଦ ନାୟକ, ବିଶିଷ୍ଟ କ୍ରୀଡାବିତ୍ ଦେବରାଜ ନାହାକ ଓ ଦେବି ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଗତ ସୋମବାର ଠାରୁ ଚାଲିଥିବା ଏହି ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ପହଞ୍ଚିଥିଲେ ବ୍ରହ୍ମପୁର ହରିଡ଼ାଖଣ୍ଡି ଏବଂ ପାଣିଗଣ୍ଡା ଟିମ୍। ତେବେ ଫାଇନାଲ ରେ ବିଜୟର ମୁକୁଟ ପିନ୍ଧିଥିଲେ ପାଣି ଗଣ୍ଡା ଟିମ୍। ଉଭୟ ୱିନର୍ ଓ ରନର୍ସ ଟିମକୁ ପୁରସ୍କୃତ କରାଯାଇଥିଲା। ଗ୍ରାମାଞ୍ଚଳର କ୍ରୀଡା ବିକାଶ ଦିଗରେ ଏଭଳି ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଖେଳାଳି ମାନଙ୍କୁ ଆଗକୁ ବଢିବାରେ ନିଶ୍ଚିତ ଭାବେ ଖୋରାଖ ଯୋଗାଇବ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ। ଖେଳର ହାର୍ ଜିତ୍ ଗୁରୁତ୍ୱପୂର୍ଣ୍ଣ ନୂହେଁ, ହାର୍ କି ଜିତ୍ ନୂହେଁ, ଖେଳର ଫାଇନାଲ ମ୍ୟାଚରେ ପହଞ୍ଚିଥିବା ୨ ଟି ଟିମ୍ କୁ ଜିତା ଓ ବିଜେତା କୁହାଯିବ। କାରଣ ଫାଇନାଲ୍ ମ୍ୟାଚ୍ ଯିଏ ଜିତେ ତାକୁ ବିଜେତା କହିବା ଏବଂ ପରାଜିତ ହୋଇଥିବା ଟିମ୍ ମଧ୍ୟ କୌଣସି ଗୁଣରେ କମ୍ ନଥିବାରୁ ସେ ଟିମ୍ କୁ ମଧ୍ୟ ସାଧୁବାଦ ଦେଇଥିଲେ ଟୁର୍ଣ୍ଣାମେଣ୍ଟର ପରିଚାଳକ ସୁନୀଲ କୁମାର ରଥ।

LEAVE A REPLY

Please enter your comment!
Please enter your name here