ଅଗ୍ନିକାଣ୍ଡରେ ୫ଭରଣର ଗଚ୍ଛିତ ଧାନ ଫସଲ ନଷ୍ଟ

0
475

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ବ୍ଲକ ଅଧିନସ୍ଥ ଖମ୍ବାରୀଗାଁ ପଂଚାୟତର ବୁରୁଡାଙ୍ଗ ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡରେ ଶୁକ୍ରବାର ଜନୈକ ଚାଷୀଙ୍କ ୫ଭରଣର ଅମଳ ହୋଇ ଗଚ୍ଛିତ ରହିଥିବା ଧାନ ଫସଲ ସମ୍ପୂର୍ଣ୍ଣ ଭଶ୍ମୀଭୁତ ହୋଇଯାଇଛି। କ୍ଷତିଗ୍ରସ୍ତ ଚାଷୀ ଜଣକ ହେଲେ ଗ୍ରାମର କୋରା ନାୟକ । ଧାନ ଖଳା ସମସ୍ୟା ଏବଂ ସର୍ବଦା ହାତୀ ଉପଦ୍ରବ ଲାଗିରହୁଥିବା ବେଳେ ଆକସ୍ମିକ ଅଗ୍ନିକାଂଡରେ ଖରିଫ ଧାନ ଫସଲ ଜଳି ପୋଡି ପାଉଁଶ ହୋଇଯାଇଥିବାରୁ କୋରା ବିଶେଷ କ୍ଷତି ଗ୍ରସ୍ତ ହୋଇଯାଇଥିବା ସେ କହିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବା ସହିତ ଆଉ ବ୍ୟାପିବାକୁ ଦେଇନଥିଲେ। ବିଜେଡି ଯୁବ ବ୍ଲକ ସଭାପତି ଚିତ୍ରସେନ ଗୌଡ଼ ଏବଂ ଯୁବନେତା ସଞ୍ଜୟ କୁମାର ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଶ୍ୱାସନା ଦେବା ସହିତ ସରକାରୀ ସହାୟତା ପାଇଁ ଦାବୀ କରିଥିଲେ।

LEAVE A REPLY

Please enter your comment!
Please enter your name here