୩୦କେଜି ୨୦୦ ଗ୍ରାମ୍ ଗଞ୍ଜେଇ ସହ ମୋଟର ସାଇକେଲ ଜବତ ;ଜଣେ ଗିରଫ,

0
241

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍,ଉଦୟଗିରି ପୋଲିସ ତରଫରୁ ପେଟ୍ରଲିଂ ସମୟରେ ଦିନ ଦ୍ବିପହରରେ ସମୟ ୧୧.୩୦ ସମୟରେ ଶିଆଳିଲଟି ପଞ୍ଚାୟତର ଖମ୍ଭାରୀସାହି ଗ୍ରାମ ନିକଟରେର ଆର୍ ଉଦୟଗିରି ପୁଲିସ ସଆଇ ମୁକେଶ ଲାକ୍ରା ଏବଂ ପୋଲିସ କର୍ମଚାରୀ ଙ୍କ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଏକ ହିରୋହଣ୍ଡା CD100 SS ମଟର ସାଇକେଲରେ ଜରିବସ୍ତାରେ ଧରି ଯାଉଥିବା ସମୟରେ ପୋଲିସ ସନ୍ଦେହ କରି ସେହି ହିରୋହଣ୍ଡା ମଟର ସାଇକେଲ କୁ ଜାଞ୍ଚ କରିଥିବାରୁ ସେହି ଜରିବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଉକ୍ତ ଗଞ୍ଜେଇ ସହ ମଟରସାଇକେଲ ଏବଂ ଗଞ୍ଜେଇ ବେପାରିକୁ ଗିରଫ କରିଥିଲେ । ଗଞ୍ଜେଇ ଧରି ଯାଉଥିବା ବେପାରି ନାମ ଅଡବା ଥାନା ଅନ୍ତରବା ଗ୍ରାମର କାଈନା ପାଲ (୪୫) । ଜବତ କରାଯାଇଥିବା ଗଞ୍ଜେଇକୁ ଆର୍,ଉଦୟଗିରି ତହସିଲଦାର ସ୍କୁତି ରଞ୍ଜନ ଶତପଥିଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରିବାରୁ ୩୦ କେଜି ୨୦୦ ଗ୍ରାମ ହୋଇଥିଲା । ଏହାର ଅନୁମାନିକ ମୂଲ୍ୟ ଏକ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୁଲିସ ପ୍ରକାଶ କରିଛି । ଏ ନେଇ ଆର,ଉଦୟଗିରି ଥାନାରେ ୬୩\୨୧ କେସରୁଜୁ କରି ଗଞ୍ଜେଇ ବେପାରିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆର,ଉଦୟଗିରି ଥାନା ଅଧିକାରୀ ରବିନ୍ଦ୍ର ପଣ୍ଡା ସୁଚନା ପ୍ରଦାନ କରିଛନ୍ତି

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here